ଆପଣ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ ଆର୍ଥିକ ନେଣଦେଣ କରୁଛନ୍ତି କି ? ତେବେ ଜାଣିରଖନ୍ତୁ ଏହି ନିୟମ

Published By : Prameya-News7 Bureau | January 14, 2019 IST

ନୂଆଦିଲ୍ଲୀ ୧୪|୧: ଯଦି ଆପଣ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ ଆର୍ଥିକ ନେଣଦେଣ କରୁଛନ୍ତି ତେବେ ଆପଣ ଏହି ନିୟମ ଜାଣିବା ନିହାତି ଜରୁରୀ । ବର୍ତ୍ତମାନ କୌଣସି ପ୍ରକାର ନେଣଦେଣ କରିବା ପାଇଁ ଆପଣଙ୍କୁ କାର୍ଡ ନମ୍ବର ଦେବାକୁ ପଡିବନାହିଁ । ଏଥିପାଇଁ ବ୍ୟାଙ୍କ୍ ଆପଣଙ୍କୁ ପ୍ରତିଥର ଏକ ନୂଆ ନମ୍ବର ଦେବ ।

{"id":73779}

 ଆରବିଆଇର ନୂଆ ନିୟମ ଅନୁସାରେ କୌଣସି ପ୍ରକାରର ସୂଚନା କାହାରିକୁ ବି ଦେବାକୁ ପଡିବନାହିଁ । ଏଥିପାଇଁ ବ୍ୟାଙ୍କ୍ ଆପଣଙ୍କୁ ଏକ ଟୋକନ୍ ନମ୍ବର ଜାରି କରିବ । ସେହି ଟୋକନ୍ ମାଧ୍ୟମରେ ଆପଣ ନେଣଦେଣ କରିପାରିବେ । ନୂଆ ନିୟମ ଅନୁସାରେ, ଆପଣଙ୍କ କାର୍ଡର ତଥ୍ୟକୁ ସ୍ବତନ୍ତ୍ର କୋଡ୍ କିମ୍ବା ଟୋକନ୍ ରେ ବଦଳାଇ ଦିଆଯିବ ।

{"id":73781}

କୌଣସି ତୃତୀୟ ପକ୍ଷ ଆପ୍ ଅଥବା ଓ୍ବେବସାଇଟକୁ କାର୍ଡର ତଥ୍ୟ ବଦଳରେ କେବଳ ଟୋକନ୍ ନମ୍ବର ଦେବାକୁ ପଡିବ । ଟୋକନ୍ ନମ୍ବର ମଧ୍ୟ ପ୍ରତ୍ୟେକ ଥର ବଦଳାଇ ଦିଆଯିବ । ଟୋକନ୍ ଆସିବା ପରେ କୌଣସି ଆପ୍ ଅଥବା ଓ୍ବେବସାଇଟରେ କାର୍ଡର ତଥ୍ୟ ସେଭ୍ ହେବାର ଭୟ ମଧ୍ୟ କମ୍ ହୋଇଯିବ । ଏହା ବ୍ୟତୀତ ପିଓଏସ୍ ଏବଂ କ୍ୟୁଆର୍ କୋର୍ଡ ମାଧ୍ୟମରେ ମଧ୍ୟ ନେଣଦେଣରେ ଟୋକନର ବ୍ୟବହାର କରାଯାଇପାରିବ ।

{"id":73782,"width":579,"height":305}

ପ୍ରତ୍ୟେକ ଦେୟ ପାଇଁ ଅଲଗା ଅଲଗା ନେଣଦେଣ କରାଯିବ । ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାରର ଅର୍ଥ ଦେବାକୁ ପଡିବ ନାହିଁ । ଏହି ନିୟମ ଲାଗୁ ହେବା ପରେ ଆପଣଙ୍କ କାର୍ଡ ନମ୍ବର କାହାରିକୁ ମଧ୍ୟ ମିଳିବ ନାହିଁ । ଏମିତିକି ବ୍ୟାଙ୍କ୍ କର୍ମଚାରୀଙ୍କୁ ମଧ୍ୟ ମିଳିବନାହିଁ । ଯଦି କୌଣସି ପ୍ରକାରର କିଛି ସମସ୍ୟା ହୁଏ ତେବେ ଏଥିପାଇଁ କାର୍ଡ ପ୍ରଦାନ କରିଥିବା କମ୍ପାନୀ ହିଁ ଦାୟୀ ରହିବ ।

{"id":73783,"width":582,"height":448}

ଟୋକନ୍ ମାଧ୍ୟମରେ ନେଣଦେଣର ସୁବିଧା ବର୍ତ୍ତମାନ ମୋବାଇଲ ଫୋନ୍ ଏବଂ ଟାବଲେଟ୍ ଜରିଆରେ ମିଳିବ । ଫିଡବ୍ୟାକ୍ ଆଧାରରେ ପରେ ଏହାକୁ ଅନ୍ୟ ଡିଭାଇସରେ ଲାଗୁ କରାଯିବ । ଟୋକନ୍ ବ୍ୟବସ୍ଥା ସହ ପିନ୍ ବ୍ୟବସ୍ଥା ମଧ୍ୟ ଲାଗୁ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.