ଦେଶର ୪ଟି ସ୍ଥାନରେ ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

Published By : Prameya-News7 Bureau | March 08, 2021 IST

ଭୁବନେଶ୍ଵର ୦୮।୦୩: ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି।  ତେବେ ଏ ମଧ୍ୟରୁ ଗୋଟିଏ କେନ୍ଦ୍ର ଭୁବନେଶ୍ବରରେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସ୍ଵାସ୍ଥ୍ୟ ,ନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବରେ ପ୍ରତିଷ୍ଠା କରାଯାଉ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନର ଏକ କେନ୍ଦ୍ର । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ପୂର୍ବ ଭାରତରେ ଆୟୁର୍ବିଜ୍ଞାନ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ଭୁବନେଶ୍ବର ଏକ ପ୍ରମୁଖ ସହର ଭାବରେ ଉଭା ହୋଇଛି ।  ତେଣୁ ଦେଶରେ ୪ଟି ସ୍ଥାନରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ପାଇଁ ହୋଇଥିବା ଘୋଷଣା ମଧ୍ୟରେ ଭୁବନେଶ୍ବରକୁ ସ୍ଥାନ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଛନ୍ତି ।

କରୋନା ମହାମାରୀ ମୁକାବିଲାରେ ପୁଣେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ତେଣୁ ଆଗାମୀ ଦିନରେ ଭାଇରସ ବିରୋଧରେ ମଣିଷର ଲଢ଼େଇ ଅଧିକ ବ୍ୟାପକ ହେବ।  ଯେଉଁଥିପାଇଁ ଭାଇରସ ଉପରେ ଅଧିକରୁ ଅଧିକ ଗବେଷଣା ଆବଶ୍ୟକତା ରହିଛି।  ଦେଶରେ ଅତିରିକ୍ତ ୪ଟି ସ୍ଥାନରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ପାଇଁ ସଂସଦରେ ଘୋଷଣା ହୋଇଛି  । 

ଏହାସହ ଭୁବନେଶ୍ବରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ), ଜୀବ ବିଜ୍ଞାନ ସଂସ୍ଥାନ(ଆଇଏଲଏସ), ଆଇସିଏମଆର-ଆଂଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର ଏବଂ ଇଂଟରନ୍ୟାସନାଲ ସେଣ୍ଟର ଫର୍ ଫୁଟ୍ ଏଣ୍ଡ  ମାଉଥ୍ ଡିଜିଜ୍(ଆଇସିଏଆର-ଆଇସିଏଫଏମଡି) ଭଳି ବିଶ୍ବସ୍ତରୀୟ କେନ୍ଦ୍ର ଗୁଡିକ ରହିଛି । ତେଣୁ ଭୌଗଳିକ ଅବସ୍ଥିତି ସହ ଏଠାରେ ଦକ୍ଷତା ସଂପନ୍ନ ମାନବସମ୍ବଳ ଥିବାରୁ ଭୁବନେଶ୍ବର ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ପାଇଁ କ୍ଷମତା ରଖିଥିବା ଧର୍ମେନ୍ଦ୍ର ଚିଠିରେ ଉଲ୍ଳେଖ କରିଛନ୍ତି  ।  ଏହାସହ ଏହି ସଂସ୍ଥାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନ ପରିକଳ୍ପନାର ଅଂଶବିଶେଷ ହୋଇପାରିବ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଳେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.