oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଶୁଭମୁକ୍ତି ହେଲା ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି”

5/03/2022 at 10:39 PM

ଭୁବନେଶ୍ଵର ୦୫।୦୩: ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ନୂଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’ ଆଜି ସାରା ଭାରତରେ ମୁକ୍ତିଲାଭ କରିଛି।କଟକର ବୃନ୍ଦାବନ ପ୍ରେକ୍ଷାଳୟରେ ବେଶ୍ ଧୁମ୍ ଧାମରେ ଚଳଚ୍ଚିତ୍ରର ପ୍ରିମିୟମ ସହ ଅନୁଷ୍ଠିତ ହୋଇଥିଲା।

ପ୍ରିମିୟମ ସୋ ରେ ଚଳଚ୍ଚିତ୍ର ର ଅଭିନେତା ରାକେଶ, ଅଭିନେତ୍ରୀ ଭୂମିକା ସହ ମମତା ଦାଶ , କଣ୍ଠଶିଳ୍ପୀ ଋତୁରାଜ, କୁମାର ବାପି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଯୋଜକ  ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକଙ୍କ ପ୍ରଯୋଜିତ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦେବଜ୍ୟୋତି ପାତ୍ର। କାହାଣୀ ପରିକଳ୍ପନା ଦିବ୍ୟସିଂହ ରାୟ କରିଥିବା ବେଳେ ସଂଳାପ ରଚନା କରିଛନ୍ତି ମାନସ ପଡିହାରୀ।

ଏଇ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ  ଓ ସୁବ୍ରତ ସ୍ବାଇଁ। ମୁଖ୍ୟ ଭୂମିକାରେ ଅଛନ୍ତି ରାକେଶ, ଭୂମିକା ଏବଂ ପ୍ରୀତିରାଜ, କୁମାର ଐଶ୍ବର୍ଯ୍ୟା, ଜିତୁ, ଦେବୀ ବାରିକ, ସୀମା, ଲିପୁନ, ସଞ୍ଜୟ, ଜ୍ଞାନ, ଭକ୍ତ, ସୁହାନା,ମମତା ଦାସ, ଦିବ୍ୟାଂଶ। ଏଥିରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଅତିଥି କଳକାକାର ଭାବରେ ଅବତୀର୍ଣ୍ଣ ହୋଇଛନ୍ତି । ‘ମନ ମୋର କାଗଜ ଗୁଡ଼ି’ଏକ ରୋମାଣ୍ଟିକ ପ୍ରେମ କାହାଣୀ ହୋଇଥିବା ବେଳେ, ଦର୍ଶକମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।

ଓଡ଼ିଶାର କଟକ, ଭୁବନେଶ୍ୱର, ଜଗତସିଂହପୁର, ଯାଜପୁର, ପାରାଦୀପ, ରାୟଗଡ଼ା,ଫୁଲବାଣୀ, ବେଗୁନିଆପଡା, କେନ୍ଦ୍ରାପଡ଼ା,ଆଠଗଡ , କୋଟପାଡ଼ ସହ ବାଙ୍ଗାଲୋର, କୋଲକାତା,ଓ ସୁରତ ଠାରେ ମୁକ୍ତିଲାଭ କରିଥିବା ସଂସ୍ଥା ର ପ୍ରଚାର ପ୍ରସାର ମୁଖ୍ୟ ଭରତ ପ୍ରଧାନ ସୂଚନା ଦେଇଛନ୍ତି।

   Related Posts