ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପୋଖରୀରୁ ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର

5/06/2022 at 8:32 PM

ନବରଙ୍ଗପୁର ୦୫/୦୬ : ପୋଖରୀରୁ ନବଜାତ ଶିଶୁ ପୁତ୍ରର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ନୂଆକୋଟ ଗାଁର ଏକ ପୋଖରୀରୁ ନବଜାତ ଶିଶୁ ପୁତ୍ରର ମୃତଦେହକୁ ପୋଲିସ ଉଦ୍ଧାର କରିଛି। ନବଜାତ ଶିଶୁ ପୁତ୍ରର ମୃତଦେହ ପୋଖରୀ ପାଣିରେ ଭାସୁଥିବା ଦେଖି ଆଖପାଖ ଲୋକମାନେ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ କେଉଁ ପରିସ୍ଥିତିରେ ନବଜାତର ମୃତ୍ୟୁ ହେଲା ଓ  ପାଣି ଭିତରକୁ କିପରି ଶବ ଆସିଲା ସେନେଇ ତଦନ୍ତ ଆରମ୍ଭ କରିଛି।

ତେବେ କୌଣସି ଏକ ଅନୈତିକ ସମ୍ପର୍କରୁ ଶିଶୁ ପୁତ୍ରର ଜନ୍ମ ହେବାପରେ ତାକୁ ଏଭଳି ପାଣିରେ ଫିଙ୍ଗି ଦିଆଯାଇଛି ବୋଲି ସନ୍ଦେହ କରାଯାଉଛି। ଏନେଇ ପୋଲିସ ତଦନ୍ତ ଜାରି ରହିଛି। ଅପରପକ୍ଷରେ ଗତ ଦୁଇ ଦିନ ପୂର୍ବରୁ ଡାବୁଗାଁ ଥାନା ଅନ୍ତର୍ଗତ ବାଇଗାଁ ସରକାରୀ ଆଶ୍ରମ ସ୍କୁଲ ପାଖରେ ଏକ ଲଟା ବୁଦା ଭିତରୁ ଏକ ଜୀବିତ ନବଜାତ ଶିଶୁକୁ କ୍ଷତ ବିକ୍ଷତ ଅବସ୍ଥାରେ ଉଦ୍ଧାର କରା ଯାଇଥିଲା । ସୌଭାଗ୍ୟ ବଶତଃ ଶିଶୁଟି ଜୀବିତ ରହିଛି।ଉଦ୍ଧାର ଶିଶୁକୁ ପୋଲିସ ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଓ  ଏସଏନସିୟୁରେ ତାର ଚିକିତ୍ସା ଚାଲିଛି।ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ସୂଚନା ମିଳିଛି।

   Related Posts