କୋଭିଡ କେୟାର ସେଣ୍ଟର ଉଦଘାଟନ ପାଇଁ ଆସୁଥିଲେ ସାଂସଦ, ତା ପୂର୍ବରୁ ଫିତା କାଟି ଦେଲେ ବିଧାୟକ

Published By : Prameya-News7 Bureau | June 05, 2021 IST

ଅନୁଗୁଳ ୦୫।୦୬: ଅନୁଗୁଳ ଜିଲ୍ଲା ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନ ବେଳେ ସାଂସଦ ଓ ବିଧାୟକ ଗୋଷ୍ଠୀ ମୁହାଁମୁହିଁ। ସାଂସଦ ମହେଶ ସାହୁ  ପହଁଚିବା ପୂର୍ବରୁ ବିଧାୟକ ମୁକେଶ ପାଲ ଫିତା କାଟି ଦେଇଥିଲେ। ତାକୁ ନେଇ ସାଂସଦ ଖପ୍ପା। ସବୁଠୁ ବଡ କଥା ସାଂସଦ ଏବଂ ବିଧାୟକ ଉଭୟ ବିଜୁ ଜନତା ଦଳର। କିନ୍ତୁ ଫିତା କଟାକୁ ନେଇ ସାଂସଦ ଏବଂ ବିଧାୟକଙ୍କ ମଧ୍ୟରେ ତୁତୁ ମେଁ ମେଁ ଦେଖିବାକୁ ମିଳିଛି।

wp:html /wp:html

ସାଂସଦ ବିଧାୟକଙ୍କୁ କହିଛନ୍ତି ଯେ, ଗୋଟିଏ ଦଳରେ ରହି ଏପରି ହୀନ ରାଜନୀତି କରି ଫିତାକାଟି କି ବାହାବା ନେଉଛନ୍ତି। ସେଥିପାଇଁ ପାଲଲହଡାବାସୀଙ୍କୁ  ସମସ୍ତେ ଧକ୍କା ଦେଉଛନ୍ତି ବୋଲି ସେ କହିଛନ୍ତି। ସାଂସଦଙ୍କ କଥାକୁ ନା ପସନ୍ଦ କରି ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଛନ୍ତି। ବିଧାୟକ ଗୋଷ୍ଠୀ ସାଂସଦ ମହେଶ ସାହୁ ଡାଉନ ଡାଉନ ବୋଲି କହିବାରୁ ତୀବ୍ର ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ଅନୁଗୁଳ ଜିଲ୍ଲା ରାଜନୀତିକୁ ଉଷ୍ମ କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି।

wp:html /

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.