ନୂଆଦିଲ୍ଲୀ: ଚଳନ୍ତା କାରରେ ଲାଗିଲା ନିଆଁ। ହୁ ହୁ ହୋଇ ଜଳିବାକୁ ଲାଗିଲା। ସେହି ସମୟରେ କାରରେ ଯାତ୍ରା କରୁଥିଲେ ପରିବାରର ସଦସ୍ୟ। ଘଟଣାରେ ଦୁଇ ଜଣ ମହିଳା ଆହତ ହୋଇଛନ୍ତି। ଘଟଣାଟି ନୋଏଡା ସେକ୍ଟର ୧୫ଏ ନିକଟ ଡିଏନଡି ରୋଡ୍ରେ ଘଟିଛି। ଦୁର୍ଘଟଣା ଯୋଗୁଁ ଉକ୍ତ ରୁଟ୍ରେ ଟ୍ରାଫିକ ସମସ୍ୟା ଉପୁଜିଛି।
wp:html/wp:html#Noida: #नोएडा सेक्टर 15A में चलती कार में अचानक लगी #आग ।
— 𝐑𝐚𝐣𝐩𝐮𝐭 𝐊𝐀𝐏𝐈𝐋 𝐂𝐡𝐚𝐮𝐡𝐚𝐧 (@KapilChauhan352) September 29, 2022
कार में सवार परिवार ने चलती कार से कूदकर बचाई अपनी जान।
चलती कार से कूदने पर दो महिलाएँ हुई गंभीर रूप से घायल ।
अज्ञात कारणों से लगी आग ।
फायर ब्रिगेड को सूचना दी गई।@cfonoida @noidapolice #Fire #Car #Today #GBNagar pic.twitter.com/rrsAdbrSbE
ସୌଭାଗ୍ୟର କଥା ନିଆଁ ଲାଗିବା ଜାଣିପାରି ପରିବାର ଲୋକେ କାରରୁ ଡେଇଁ ନିଜ ଜୀବନ ବଞ୍ଚାଇ ପାରିଛନ୍ତି। କାର ହୁତୁ ହୁତୁ ହୋଇ ଜଳିବାରେ ଲାଗିଥିଲା। ଆଉ ଆଖପାଖ ଅଞ୍ଚଳ କଳା ଧୂଆଁରେ ଭର୍ତ୍ତି ହୋଇ ଯାଇଥିଲା। ଅଗ୍ନିଶମ କର୍ମଚାରୀ ଏବଂ ଟ୍ରାଫିକ ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଉକ୍ତ ରୁଟ୍ରେ କାରରେ ନିଆଁ ଲାଗିବା ଘଟଣା ପ୍ରଥମ ଥର ଘଟିନାହିଁ। ଏହା ପୂର୍ବରୁ ମଧ୍ୟ ଏମିତି ଘଟଣା ଦେଖିବାକୁ ମିଳିଛି।