ଗ୍ୟାସ୍ ଲିକ୍ ହୋଇ ମାଆ-ଝିଅ ଗୁରୁତର
4/05/2020 at 6:56 PM

ରାଉରକେଲା୪/୫: ଗ୍ୟାସ୍ ଲିକ୍ ହୋଇ ମାଆ-ଝିଅ ଗୁରୁତର। ରାଉରକେଲାର ସେକ୍ଟର-୫ କବି ସମ୍ରାଟ ପଲ୍ଲୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଲିକ୍ ହେବା ଫଳରେ ନିଆଁ ଲାଗି ଯାଇଥିଲା। ଏହି ନିଆଁରେ ମାଆ ଏବଂ ୨୨ ବର୍ଷୀୟ ଝିଅ ଗୁରୁତର ହୋଇଛନ୍ତି। ଏଥିସହ ଗୁରୁତର ମହିଳାଙ୍କ ସ୍ବାମୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ମାଆ-ଝିଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଗ୍ୟାସ୍ କିପରି ଲିକ୍ ହେଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023