କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ ମାରିଲା ମୋଷ୍ଟ ଓ୍ବାଣ୍ଟେଡ୍ ଅପରାଧୀ, ଏବେ ପୋଲିସ୍‌ର ମୁଣ୍ଡବିନ୍ଧା

Published By : Prameya-News7 Bureau | May 04, 2020 IST

ଝାରସୁଗୁଡ଼ା୪/୫: ଝାରସୁଗୁଡ଼ାର ଏକ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ ମାରିଲା ଜଣେ ଅପରାଧୀ। ୧୦ ଦିନ ତଳେ ରାଉରକେଲା ନାଲା ରୋଡ ଅଞ୍ଚଳର ଏହି ଯୁବକ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିବାବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୋଲିସ ସମ୍ପୃକ୍ତ ଯୁବକକୁ ନେଇ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଥିଲା।

{"id":264593,"sizeSlug":"large"}
(ଅପରାଧୀ ଜଣକ ଏହି ଘରେ ଲୁଚିଥିଲା)

ସମ୍ପୃକ୍ତ ଯୁବକର ସ୍ୱାବ ଟେଷ୍ଟ ପାଇଁ ପଠାଯାଇ ଥିବାବେଳେ ସୋମବାର ଭୋହରୁ ଏହି ଅପରାଧୀ ଜଣକ କ୍ବାରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଛି। ଯୁବକ ଜଣକ ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଘଟିଥିବା ଏକ ଅପରାଧ ମାମଲରେ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ଥିବାବେଳେ ବର୍ତ୍ତମାନ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି। ଏହି ଯୁବକକୁ ଧରିବା ଉଦ୍ୟମ ଜାରି ରହିଛି ବୋଲି ଝାରସୁଗୁଡ଼ା ଥାନା ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.