ବିଶ୍ୱର ୫ କ୍ଷମତାଶାଳୀ ମହିଳା, ଯେଉଁମାନଙ୍କ ନିର୍ଦ୍ଦେଶ ବିଶ୍ୱର କୋଟି କୋଟି ଲୋକଙ୍କ ଉପରେ ରଖେ ପ୍ରଭାବ

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ ୫।୩: ଫୋର୍ବସ ମ୍ୟାଗାଜିନ ବିଶ୍ୱର ୫ କ୍ଷମତାଶାଳୀ ମହିଳାଙ୍କର ଏକ ସୂଚୀ ପ୍ରସ୍ତୁତ କରିଛନ୍ତି। ଯେଉଁମାନଙ୍କର ଗୋଟିଏ ଗୋଟିଏ ନିଷ୍ପତ୍ତି ଉପରେ ଏବେ  ନିର୍ଭର କରୁଛି କୋଟି କୋଟି ଲୋକଙ୍କ ଭାଗ୍ୟ। ପୁରୁଷଙ୍କ ଦୁନିଆରେ ଏହି ମହିଳାମାନେ ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରୁଥିବା ଏହି ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଏବେ ବିଶ୍ୱର ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ଆସନ୍ତୁ ଜାଣିବା ଏହି ଶକ୍ତିଶାଳୀ ମହିଳାଙ୍କ ସମ୍ପର୍କରେ।

{"id":233088,"sizeSlug":"large"}

ଏହି ଭଳି ଜଣେ ମହିଳା ହେଉଛନ୍ତି ଆମେରିକାର ପ୍ରଶିଦ୍ଧ ଜେନେରାଲ ମୋଟର୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମେରୀ ବର୍ରା। ଫୋର୍ବସ ମ୍ୟାଗଜିନ ମେରୀଙ୍କୁ କ୍ଷମତାଶାଳୀ ମହିଳାଙ୍କ ସୂଚୀର ପଞ୍ଚମ ସ୍ଥାନ ମିଳିଛି। ସେ ଜେନେରାଲ ମୋଟର୍ସର ଇଲେକ୍‌ଟ୍ରିକ୍ ଭେଇକଲ, ସେଲ୍ଫଡ୍ରାଇଭିଂ କାର ଓ ରାଇଡ ସେୟର ସର୍ଭିସରେ ବିପୁଳ ନିବେଶ କରିଛନ୍ତି।

{"id":233090,"sizeSlug":"large"}

ସେହିପରି ଫୋର୍ବସଙ୍କ କ୍ଷମତାଶାଳୀ ମହିଳାଙ୍କ ସୂଚୀର ଚତୁର୍ଥ ସ୍ଥାନରେ ଅଛନ୍ତି ଇୟୁରୋପିୟନ କମିଶନଙ୍କ ଅଧ୍ୟକ୍ଷା ଉର୍ସୁଲା ଭନ ଡେର ଲିୟେନ୍‌। ୭୦ କୋଟି ୟୁରୋପିୟ ଲୋକଙ୍କ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଲିଏନ୍ ଏକମାତ୍ର ମହିଳା। ସେହିପରି ଫୋର୍ବସ ସୂଚୀର ତୃତୀୟ ସ୍ଥାନରେ ଅଛନ୍ତି ୟୁଏସ୍ ହାଉସ୍ ଅଫ ରିପ୍ରେଜେଣ୍ଟେଟିଭର ସ୍ପିକର ନେନସୀ ପେଲୋସୀ। ସେ କ୍ଷମତାଶାଳୀ ଲୋକେ ନିକଟରେ ଜାଣି ଯାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଙ୍କ ସହ ହାତ ନ ମିଳେଇବାରୁ ରାଷ୍ଟ୍ରପତିଙ୍କ ଭାଷଣ ଶେଷରେ ସମସ୍ତଙ୍କ ସମକ୍ଷରେ ଭାଷଣ ପତ୍ରକୁ ଚିରିଦେଇଥିବାର ସାରା ବିଶ୍ୱ ଦେଖିଛି। ଏହା ଛଡା ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ମଧ୍ୟ ନେନ୍ସୀ ଆଣିଥିଲେ।

{"id":233091,"sizeSlug":"large"}

ଏହି ସୂଚୀର ଦ୍ୱିତୀୟ ସ୍ଥାନରେ ଥିବା ମହିଳାଙ୍କ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି। ସେ ଆଉ କେହି ନୁହନ୍ତି ୟୁରୋପିୟ ସେଣ୍ଟ୍ରାଲ ବ୍ୟାଙ୍କର ଅଧ୍ୟକ୍ଷା କ୍ରିଷ୍ଟିନ୍ ଲେଗାର୍ଡ। ଜିଏ ୟୁରୋପିୟନ ସେଣ୍ଟ୍ରଲ ବ୍ୟାଙ୍କର ସର୍ବେସର୍ବା। ସେହିପରି ଫୋର୍ବସ ପ୍ରଥମ ସ୍ଥାନରେ ରଖିଥିବା ମହିଳା ଜଣକ ହେଉଛନ୍ତି ଜର୍ମାନ ଚାନ୍ସେଲର ଏଞ୍ଜେଲା ମାର୍କେଲ। ସେ ଜର୍ମାନର ପ୍ରଥମ ମହିଳା ଚାନ୍ସେଲର ହୋଇଥିବା ବେଳେ ୨୦୦୫ ମସିହାରୁ ଏପର୍ଯ୍ୟନ୍ତ ପଦବୀରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.