ଶ୍ରାବଣ ମାସ ବିବାହିତାଙ୍କୁ ଦେଇଥାଏ ଅଖଣ୍ଡ ସୌଭାଗ୍ୟବତିର ବରଦାନ, କରିବାକୁ ହେବ ଏହି ୬ଟି କାମ

Published By : Prameya-News7 Bureau | August 01, 2021 IST

ଭୁବନେଶ୍ୱର ୦୧/୦୮ : ଶ୍ରାବଣ ମାସ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ପ୍ରସନ୍ନ କରିବା ପାଇଁ ସର୍ବୋତ୍ତମ ମାସ। ତେଣୁ ଭଗବାନ ଶିବ ଏବଂ ପାର୍ବତୀଙ୍କୁ ଏହି ମାସରେ ପୂଜା କରାଯିବା ଉଚିତ୍। ଶ୍ରାବଣ ମାସରେ ହିଁ ମାତା ପାର୍ବତୀଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ ତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ସେଥିପାଇଁ ଶ୍ରାବଣ ମାସ ଉଭୟଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ମାସରେ ମହିଳାମାନଙ୍କୁ ୬ଟି କାମ ନିଶ୍ଚୟ କରିବା ଉଚିତ୍। ଏହାଦ୍ୱାରା ମାତା ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ମହିଳାମାନେ ଅଖଣ୍ଡ ସୌଭାଗ୍ୟବତି ହୋଇଥାନ୍ତି।

୧. ଶ୍ରାବଣ ମାସରେ ବିବାହିତା ମହିଳା ପ୍ରତିଦିନ ସକାଳେ ସ୍ନାନ କରିବା ପରେ ଶିବଲିଙ୍ଗରେ ଜଳ ଅର୍ପଣ କରିବା ଉଚିତ୍। ଏହାପରେ ଖାଦ୍ୟ ସେବନ କରିବା ଉଚିତ୍। ଏହାଦ୍ୱାରା ଉଭୟ ମହାଦେବ ଏବଂ ମା' ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ।

୨. ଶ୍ରାବଣ ମାସରେ ପ୍ରତିଦିନ, ବିଶେଷକରି ପ୍ରତ୍ୟେକ ସୋମବାର ଦିନ ମହିଳାମାନେ ଦେବୀ ପାର୍ବତୀଙ୍କୁ ମିଠା ଅର୍ପଣ କରିବା ଉଚିତ୍ ଏବଂ ଅଭାବୀ ଲୋକଙ୍କୁ କିଛି ଦାନ ମଧ୍ୟ କରିବା ଉଚିତ୍। ଏହାଦ୍ୱାରା ମାତା ପାର୍ବତୀ ପ୍ରସନ୍ନ ହୋଇ ଅଖଣ୍ଡ ସୌଭାଗ୍ୟବତି ଏବଂ ସ୍ୱାମୀଙ୍କ ଦୀର୍ଘାୟୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି।

୩. ହିନ୍ଦୁ ଧର୍ମରେ ମହାଦେବଙ୍କୁ ଭୋଲେନାଥ ମଧ୍ୟ କୁହାଯାଏ କାରଣ ସେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଭୋଲେନାଥଙ୍କୁ ପ୍ରସନ୍ନ କରିବାକୁ ଶ୍ରାବଣ ମାସ ସର୍ବୋତ୍ତମ। ତେଣୁ ଶ୍ରାବଣ ମାସରେ ମହିଳାମାନେ ପ୍ରତିଦିନ ମହାଦେବଙ୍କ ଭଜନ ଗାଇବା ଉଚିତ୍। ଏହାଦ୍ୱାରା ଉଭୟ ଶିବ ଏବଂ ଗୌରୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

୪. ବିବାହିତା ମହିଳାମାନେ ଶ୍ରାବଣ ମାସରେ ମେହେନ୍ଦି ନିଶ୍ଚୟ ଲଗାଇବା ଉଚିତ କାରଣ ବିବାହିତା ମହିଳାଙ୍କ ପାଇଁ ମେହେନ୍ଦି ଲଗାଇବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ମାତା ପାର୍ବତୀ ଏଥିରେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ହରିୟାଲୀ ତିଜରେ ମେହେନ୍ଦିର ବିଶେଷ ମହତ୍ତ୍ୱ ରହିଛି।

୫. ଶ୍ରାବଣ ମାସରେ ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧିବା ଉଚିତ୍। ଏହାଦ୍ୱାରା ମା' ଗୌରୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି କାରଣ ସେ ପ୍ରକୃତିର ସବୁଜ ରଙ୍ଗ ତାଙ୍କର ଅତି ପ୍ରିୟ ଏବଂ ଶ୍ରାବଣ ମାସ ମଧ୍ୟ ସବୁଜ ରଙ୍ଗରେ ପରିପୂର୍ଣ୍ଣ।

୬. ଶ୍ରାବଣ ମାସରେ କୌଣସି ପ୍ରକାର ବାଦବିବାଦ ବା ଝଗଡା କରିବା ଉଚିତ୍ ନୁହେଁ। ଶ୍ରାବଣ ମାସରେ ମହାଦେବ ଏବଂ ମାତା ପାର୍ବତୀଙ୍କୁ ଧ୍ୟାନ କରିବା ଉଚିତ୍। ଯଦି କ୍ରୋଧ ଆସେ ତାହେଲେ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଏହା କ୍ରୋଧକୁ ଶାନ୍ତ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.