ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କଲେ ମୋହନ ସରକାର

Published By : Prameya-News7 Bureau | September 04, 2024 IST

ଭୁବନେଶ୍ଵର: ରାଜ୍ୟର ସମସ୍ତ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ ପାଇଁ ନିଷ୍ପତ୍ତି ନେଲେ ସରକାର ।  ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।   ଏହା ଦ୍ବାରା ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତା ସମାପ୍ତ ହୋଇଛି ।  ତତକାଳୀନ ବିଜେଡି ସରକାର ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୨୦୧୭ ମସିହାରେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ  ଏବଂ ୨୦୨୩ ମେ’ ମାସରେ ଆଉ ୧୪ଟି ଜିଲ୍ଲାରେ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ବା ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ(ଏସଡିସି) ଗଠନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତା ସମାପ୍ତ ହୋଇଛି । 

ବିଜେଡି ସରକାର ୨୦୧୭ ମସିହାରେ ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ। ଏହାର ଅଧ୍ୟକ୍ଷ ଓ ସଦସ୍ୟ ପଦବିରେ ବିଜେଡିର ନେତାମାନଙ୍କୁ ଥଇଥାନ କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୩ ମେ’ ମାସରେ ଆଉ ୧୪ଟି ଜିଲ୍ଲାରେ ଏହି ପରିଷଦ ଗଠନ କରିଥିଲେ। ଏହି ପରିଷଦ ଗଠନ କରି ନିର୍ବାଚନରେ ପରାଜିତ ଓ ବରିଷ୍ଠ ନେତାଙ୍କୁ ଗୋଟିଏ ବଡ଼ ପଦବିର ଦାୟିତ୍ଵ ଦେଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.