LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କେନ୍ଦ୍ର ସହ ବିବାଦ ମଧ୍ୟରେ ଦିଲ୍ଲୀ ବଜେଟ୍‌କୁ ସ୍ଵୀକୃତି ଦେଲେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ

21/03/2023 at 4:33 PM

ନୂଆଦିଲ୍ଲୀ: ବାଦ ବିବାଦ ମଧ୍ୟରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ଦିଲ୍ଲୀ  ବଜେଟ୍ ୨୦୨୩-୨୪କୁ ଅନୁମୋଦନ ଦେଇଛନ୍ତି ଏବଂ ଏହାକୁ ଦିଲ୍ଲୀ ସରକାରଙ୍କ ନିକଟକୁ ପଠାଯାଇଛି। ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ସେହି ସମୟରେ ବଜେଟ୍‌କୁ ଅନୁମୋଦନ ଦେଇଛନ୍ତି ଯେବେ ଏହାର ଗୋଟିଏ ଦିନ ପୂର୍ବରୁ ବଜେଟ୍‌ରେ ବିଜ୍ଞାପନ ସଂପର୍କରେ ମୋଟା ଅଙ୍କର ଅର୍ଥ ରାଶିର ପ୍ରାବଧାନ ନେଇ ଆପ୍ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡିଥିଲେ। କେନ୍ଦ୍ର ସରକାର କହିଥିଲେ ଯେ, ଦିଲ୍ଲୀ ସରକାର ବିଜ୍ଞାପନ ବାବଦରେ ଅଧିକ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଆନୁସଙ୍ଗିକ ଭିତ୍ତିଭୂମି ଏବଂ ବିକାଶମୂଳକ କାମରେ କମ୍ ଖର୍ଚ୍ଚ କରୁଛି।

ମାର୍ଚ୍ଚ ୧୭ରେ ଉପରାଜ୍ୟପାଳଙ୍କ ଜରିଆରେ ଗୃହ ମନ୍ତ୍ରଣାଳୟ ଏହି ପ୍ରସଙ୍ଗ ଉଠାଇଥିଲା। ତେବେ ମଙ୍ଗଳବାର କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ସାଧାରଣ ବଜେଟ୍ ୨୦୨୩-୨୪କୁ ସ୍ଵୀକୃତି ଦେଇଛନ୍ତି। ଦିଲ୍ଲୀ ସରକାର ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି।

ମଙ୍ଗଳବାର ଏହା ପୂର୍ବରୁ ଦିଲ୍ଲୀ ଅର୍ଥମନ୍ତ୍ରୀ କୈଳାସ ଗେହେଲଟ୍ କହିଥିଲେ, ଉପରୋକ୍ତ ପ୍ରସଙ୍ଗରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ମଧ୍ୟରେ ଜାରି ବିବାଦ ମଧ୍ୟରେ ବଜେଟ୍ ଫାଇଲ୍‌କୁ ପୁନର୍ବାର ଗୃହ ମନ୍ତ୍ରଣାଳୟ ନିକଟକୁ ପଠାଯାଇଛି। କେନ୍ଦ୍ର ସରକାରଙ୍କ ମନୋଭାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନାପସନ୍ଦ କରିଛନ୍ତି।

ସୂତ୍ର ଅନୁଯାୟୀ, ଆପ୍ ସରକାର ଭିତ୍ତିଭୂମି ଏବଂ ଉନ୍ନୟନ ମୂଳକ କାମ ତୁଳନାରେ ବିଜ୍ଞାପନ ଏବଂ ଲୋକପ୍ରିୟତା ହାସଲ ବାବଦରେ ଅଧିକ ପାଣ୍ଠି ଆବଣ୍ଟନ କରିଛନ୍ତି। ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ନେତୃତ୍ଵାଧୀନ ଆପ୍ ସରକାର। ପାର୍ଟି କହିଛି ଦିଲ୍ଲୀ ସରକାରଙ୍କ ବଜେଟ୍‌ର ଆକାର ୭୮ ହଜାର ୮୦୦ କୋଟି ଟଙ୍କା ରହିଥିବାବ ବେଳେ ଏଥିରୁ ୨୨ ହଜାର କୋଟି ଟଙ୍କା ଭିତ୍ତିଭୂମି ବିକାଶ ପାଇଁ ବ୍ୟୟବରାଦ କରାଯାଇଛି। ମାତ୍ର ୫୫୦ କୋଟି ଟଙ୍କା ବିଜ୍ଞାପନ ବାବଦରେ ରଖାଯାଇଛି।

   Related Posts