ଆଲୋଚନା ସଫଳ ହୋଇଥିବା କହିଲେ ପରିବହନ ମନ୍ତ୍ରୀ, ସେପଟେ ଘରୋଇ ମାଲିକ ସଂଘର ପ୍ରତିକ୍ରିୟାକୁ ଅପେକ୍ଷା

Published By : Prameya-News7 Bureau | November 29, 2023 IST

ଭୁବନେଶ୍ଵର: ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ତୁଟିବାର ନାଁ ନେଉ ନାହିଁ। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିକୁ ମଧ୍ୟ ମାଲିକ ସଂଘ ଏ ପର୍ଯ୍ୟନ୍ତ ବିଶ୍ଵାସକୁ ନେଇ ପାରି ନାହାନ୍ତି। ଫଳରେ ସଂଘ ବାରମ୍ବାର ବସ୍ ଧର୍ମଘଟର ଚେତାବନୀ ଦେଇ ଆସିଛି। ଡିସେମ୍ବର ୧ରୁ ପୁଣି ଥରେ ସଂଘ ଧର୍ମଘଟକୁ ଓହ୍ଲାଇବ ବୋଲି ଅନେକ ଦିନ ପୂର୍ବରୁ ଚେତାବନୀ ଦେଇ ସାରିଛି। ଏହାକୁ କେମିତି ପ୍ରଶମିତ କରାଯିବ ତାକୁ ଦୃଷ୍ଟିରେ ରଖି ଆଜି ବସ୍ ମାଲିକ ସଂଘ ଓ ପରିବହନ ବିଭାଗ ମଧ୍ୟରେ ବୈଠକ ବସିଛି। ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ସଫଳ ହୋଇଥିବା ଖୋଦ୍ ମନ୍ତ୍ରୀ କହୁଥିଲେ ହେଁ ଏ ପର୍ଯ୍ୟନ୍ତ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

wp:heading {"level":4}

ଅଧିକ ପଢନ୍ତୁ- ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା-ରୁପା ଗହଣା

/wp:heading

ବୈଠକ ପରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଘରୋଇ ବସ୍ ମାଲିକ ସଂଘ ସହ ଆମର ଆଲୋଚନା ସଫଳ ହୋଇଛି। ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରାଯିବ। ଆନ୍ଦୋଳନକୁ ନ ଯାଇ ସରକାରଙ୍କୁ ସାହାଯ୍ୟ କରିବାକୁ ଆମେ ମାଲିକ ସଂଘକୁ ଅପିଲ୍ କରିଛୁ। ସମସ୍ୟା ଯାହା ଅଛି ସବୁ ଲିଖିତ ଭାବେ ଜଣାଇବେ ମାଲିକ ସଂଘ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଏ ପର୍ଯ୍ୟନ୍ତ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ପ୍ରତିକ୍ରିୟା ମିଳି ପାରି ନାହିଁ।

ସୂଚନାଯୋଗ୍ୟ, ଡିସେମ୍ୱର ୧ରୁ ବସ୍ ଧର୍ମଘଟ ନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘ । ଭବାନୀପାଟଣା ଠାରେ ଅନୁଷ୍ଠିତ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସାଧାରଣ ବୈଠକରେ ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଅଭିମୁଖ୍ୟ ନେଇ ନିଷ୍ପତ୍ତି ନିଆଯାଇଥିଲା । ଏପରିକି ଗତ  ୨୨ରେ ବିଧାନସଭା ସମ୍ମୁଖରେ ବସ୍ ମାଲିକ ସଙ୍ଘ ଧାରଣା ଦେଇଥିଲେ। ଏହାପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ଯିବେ ବୋଲି ରାଜ୍ୟ ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରକାଶ କରିଥିଲେ ।

ପ୍ରତି ଜିଲ୍ଲାର ବ୍ଲକରେ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଆସିଛନ୍ତି ଘରୋଇ ବସ୍ ମାଲିକ ସଂଘ। ସରକାର ଓଏସ୍ଆରଟିୟସିଠୁ ଆରମ୍ଭ କରି ମୋ ବସରେ କୋଟି କୋଟି ଟଙ୍କା କ୍ଷତିରେ ରହିଲେଣି । ଅଥଚ ଏଠି ସାଢ଼େ ୪ ଲକ୍ଷ ଲୋକ ନିଜର ଜୀବିକା ବଞ୍ଚୁଥିଲେ ବି ସରକାର ଲକ୍ଷ୍ମୀ ବସ ଚଲେଇ ବସ୍ ମାଲିକ ଓ ନିଯୁକ୍ତି ପାଇଥିବା ଯୁବକଙ୍କୁ ମାରିବାକୁ ବସିଛନ୍ତି । ଆମେ ତାଙ୍କ ଯୋଜନାକୁ ବିରୋଧ କରୁ ନାହୁଁ । କିନ୍ତୁ ସରକାରଙ୍କ ନୀତି ଭୁଲ ଥିବାରୁ ବେସରକାରୀ ବସ ସଂକଟରେ ରହିଛି । ଯାହାକୁ ରାଜ୍ୟବାପୀ ତୀବ୍ର ବିରୋଧ କରାଯିବ । ଦିଆଯାଇଥିବା ଦାବିର ସରକାର ସଠିକ ନିଷ୍ପତ୍ତି ନନେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ରାଜ୍ୟ ସମ୍ପାଦକ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.