ପୁରୀ ୧୫/୧୨: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ। ସେବାୟତ ପିଲାଙ୍କ ପାଇଁ ଗୁରୁକୂଳ ନେଇ ବିର୍ଲା ଏଜୁକେସନ ସହ ବୁଝାମଆଣା ସ୍ୱାକ୍ଷରିତ ହୋଇଛି। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ୪ହଜାର ହେକ୍ଟରରୁ ୩,୬୦୦ ହେକ୍ଟରରେ ବୃକ୍ଷରୋପଣ ହୋଇଛି। ପରିଚାଳନା କମିଟି ସଦସ୍ୟ ଯାଇ ସେଠାରେ ବନିକରଣର ସ୍ଥିତି ଅନୁଧ୍ୟାନ କରିବେ। ମହାପ୍ରଭୁଙ୍କ ନାଁରେ ଥିବା ୧୬୦୦ ଏକର ଜଙ୍ଗଲ ଜମିରେ ରଥ କାଠ ପାଇଁ ବୃକ୍ଷ ରୋପଣ କରାଯିବ।
ପ୍ରମୋଦ ଉଦ୍ୟାନ ଓ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ପାଇଁ ଯୋଜନା ପ୍ରସ୍ତୁତ। ଟେଣ୍ଡର ପରେ ଯୋଜନା କାର୍ଯ୍ୟକାରୀ ହେବ। ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିମ୍ ମରାମତି ୨୦୨୩ ଏପ୍ରିଲ ପୂର୍ବରୁ ସରିବ ବୋଲି କୁହାଯାଇଛି। ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ (ଏଜିଟି) ନିର୍ଦ୍ଦେଶ ନେଇ ଅପିଲରେ ପରିଚାଳନା କମିଟି ଯିବ। ୨୦୨୩ ଜାନୁୟାରୀ ୧ରୁ ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ ନିଷିଦ୍ଧ ହେବ। ସେବାୟତ ଶ୍ରୀମନ୍ଦିର ସିଂହଦ୍ଵାର ଓ ଦକ୍ଷିଣ ଦ୍ଵାର ପାଖରେ ହୋଇଥିବା ୨ଟି କେନ୍ଦ୍ରରେ ମୋବାଇଲ ଜିମା ଦେବେ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି।