୫୮ ମିନିଟ୍ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ବିଜୟ ନିଶ୍ଚିତ ଥିଲା, ଶେଷ ମୁହୂର୍ତ୍ତରେ ମୋଡ଼ ବଦଳାଇ ଦେଲା ଭାରତ

Published By : Prameya-News7 Bureau | July 29, 2024 IST

abp live

ପ୍ୟାରିସ: ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ଆର୍ଜେଣ୍ଟିନା ବିପକ୍ଷ ନିଜର ଦ୍ଵିତୀୟ ମ୍ୟାଚ୍‌ ୧-୧ରେ ଡ୍ର ଖେଳିଛି। ଭାରତୀୟ ଦଳ ଶେଷ ମିନିଟ୍‌ରେ ହିଁ ଖେଳର ମୋଡ଼ ବଦଳାଇ ଦେଇଛି। ଦଳ ପୁରା ୫୮ ମିନିଟ୍ ପର୍ଯ୍ୟନ୍ତ ମ୍ୟାଚ୍‌ରେ ୧-୦ରେ ପଛୁଆ ରହିଥିଲା।ତେବେ ଶେଷ ମିନିଟ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ହରମନପ୍ରୀତ ସିଂ ଶେଷ ମିନିଟ୍‌ରେ ଗୋଲ୍ ଦେଇ ଦଳକୁ ନିଶ୍ଚିତ ପରାଜୟରୁ ବଞ୍ଚାଇ ଦେଇଛନ୍ତି। 

ଆର୍ଜେଣ୍ଟିନା ଦ୍ଵିତୀୟ କ୍ଵାର୍ଟରରେ ଗୋଲ୍ ଦେଇ ମ୍ୟାଚ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଏହା ପରେ ଭାରତୀୟ ଖେଳାଳି ଗୋଲ୍ ପରିଶୋଧ ପାଇଁ ସଂଘର୍ଷ କରିଥିଲା। ମାତ୍ର ଦଳକୁ ତୃତୀୟ କ୍ଵାର୍ଟର ପର୍ଯ୍ୟନ୍ତ ସଫଳତା ମିଳି ନ ଥିଲା। ଗୋଲ୍ ପାଇଁ ସୁଯୋଗ ମିଳିଥିଲେ ବି ଦଳ ଦେଇ ପାରି ନ ଥିଲା।  ମ୍ୟାଚ୍‌ର ଶେଷ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରରୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲ୍ ଦେଇ ଭାରତକୁ ମ୍ୟାଚ୍‌ରେ ପରାଜୟ ମୁହଁରୁ ବଞ୍ଚାଇଥିଲେ। ଯଦି ହରମନପ୍ରୀତ ସିଂ ଗୋଲ୍ ଦେଇ ପାରି ନ ଥାନ୍ତେ ତେବେ ଭାରତ ମ୍ୟାଚ୍‌ରେ ୦-୧ରେ ହାରିଥାନ୍ତା। ଆର୍ଜେଣ୍ଟିନା ପକ୍ଷରୁ ୨୨ତମ ମିନିଟ୍‌ରେ ଲୁକସ ମାର୍ଟିନେଜ ଗୋଲ ଦେଇ ଦଳକୁ ଆଗୁଆ ରଖିଥିଲେ। 

ଏବେ ଭାରତୀୟ ଦଳ ପରବର୍ତ୍ତୀ ମୁକାବିଲାରେ ଆୟରଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍ ଆସନ୍ତାକାଲି ମଙ୍ଗଳବାର ଖେଳା୍ଯିବ। ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା। ଏବେ ଦେଖିବା ବାକି ରହିଲା ଯେ, ଭାରତୀୟ ଦଳ ଆୟରଲାଣ୍ଡ ବିପକ୍ଷରେ କେମିତି ପ୍ରଦର୍ଶନ କରୁଛି। 

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.