ବିଶ୍ଵକପ୍‌ ୨୦୨୩ର ମାସ୍କଟ ଲଞ୍ଚ୍, ଦେଖିବାକୁ ମିଳିଲା କୋହଲି ଓ ବୁମରାଙ୍କ ଝଲକ

Published By : Prameya-News7 Bureau | August 19, 2023 IST

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩କୁ ଆଉ କେଇଟା ଦିନ ବାକି ରହିଛି। ଏହିକ୍ରମରେ ଶନିବାର କ୍ରିକେଟ୍ ବିଶ୍ଵକପ୍‌ରର  ଅଫିସିଆଲ ମାସ୍କଟ ଲଞ୍ଚ୍ କରିଛି ଆଇସିସି। ମାସ୍କଟରେ ମହିଳା ବୋଲର ଏବଂ ପୁରୁଷ ବ୍ୟାଟରଙ୍କ ଥିମ୍ ରହିଛି । ପୁରୁଷ ମାସ୍କଟଙ୍କ ହାତରେ ବ୍ୟାଟ୍ ଏବଂ ମହିଳା ମାସ୍କଟଙ୍କ ହାତରେ ବଲ ଦେଖିବାକୁ ମିଳୁଛି । ଆଇସିସି ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ମାସ୍କଟ ଭିଡିଓ ସେୟାର କରିଛି । ଏଥିରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି ଏବଂ ଜସପ୍ରିତ୍ ବୁମରାହ ନଜର ଆସିଛନ୍ତି ।

wp:heading {"level":4}

Also read- ଏସିଆ କପ୍ ୨୦୨୩: ଭାରତୀୟ ଟିମ୍ ଚୟନ ପାଇଁ ସୋମବାର ଦିଲ୍ଲୀରେ ବିସିସିଆଇ ବୈଠକ, ଘାରିଲା ଆହତ ଚିନ୍ତା

/wp:heading

ଆଇସିସିର ମାସ୍କଟ ଲଞ୍ଚ ଇଭେଣ୍ଟରେ ଭାରତର ୧୯ ବର୍ଷରୁ କମ ମହିଳା ଦଳର ଅଧିନାୟକ ଶେଫାଳି ବର୍ମା ଏବଂ ୧୯ ବର୍ଷରୁ କମ ପୁରୁଷ ଦଳର ଅଧିନାୟକ ୟସ ଧୁଲ ମଧ୍ୟ ଉପସ୍ଥିତ ଥିଲେ । ଦିଲ୍ଲୀ ଏନସିଆର ଗୁଡ଼ଗାଓଁରେ ଆଜି ଅପରାହ୍ଣ ୪ଟା ବେଳେ ଏହି ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଦିନିକିଆ ବିଶ୍ଵକପ୍ ଭାରତରେ ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ । ପ୍ରଥମ ମ୍ୟାଚ ଗତ ବିଶ୍ଵକପ୍ ଫାଇନାଲିଷ୍ଟ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ୮ ଅକ୍ଟୋବରରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ ।    

wp:embed {"url":"https://twitter.com/ICC/status/1692876782675104009?s=20","type":"rich","providerNameSlug":"twitter","responsive":true}
https://twitter.com/ICC/status/1692876782675104009?s=20
/wp:embed

ବିଶ୍ଵକପ୍‌ ଅକ୍ଟୋବର ୫ରେ ଆରମ୍ଭ ହେବ ଏବଂ ନଭେମ୍ବର ୧୯ରେ  ଖେଳାଯିବ ଫାଇନାଲ୍ ମ୍ୟାଚ୍। ଆଇସିସି ଇଭେଣ୍ଟର ମୁଖ୍ୟ କ୍ରିସ୍ ଟେଟଲୀ କହିଛନ୍ତି, ଆମେ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ଵକପ୍ ୨୦୨୩ ପୂର୍ବରୁ ଆଇସିସିର ଶୁଭଙ୍କର ଯୋଡ଼ିକୁ ମାସ୍କଟ ଭାବେ ଲଞ୍ଚ୍ କରି ଆମେ ଖୁସି। ଉଲ୍ଲେଖନୀୟ ଅକ୍ଟୋବର ୧୪ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବ। ବିଶ୍ଵକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.