ଅଜବ ରୋଗ: ପତ୍ନୀ ସହ ୧୦ ମିନିଟ୍ ସେକ୍ସ କରିବା ପରେ ସ୍ମୃତି ଶକ୍ତି ହରାଇଲେ ବ୍ୟକ୍ତି, ଡାକ୍ତର ଚକିତ

Published By : Prameya-News7 Bureau | May 30, 2022 IST

ନୂଆଦିଲ୍ଲୀ: ଆୟରଲାଣ୍ଡରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏ ସଂପର୍କିତ ଖବର ସାମାଜିକ ଗଣମାଧ୍ୟମରୁ ଖୁବ୍ ଭାଇରାଲ୍ ହେଉଛି। ଏଠାରେ ଜଣେ ୬୬ ବର୍ଷୀୟ ବ୍ୟକ୍ତିଙ୍କୁ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିବା ମହଙ୍ଗା ପଡିଛି। ସେକ୍ସ କରିବାର ୧୦ ମିନିଟ୍‌ ପରେ ସେ ନିଜର ସ୍ମୃତି ଶକ୍ତି ହରାଇ ବସିଛନ୍ତି। ବୁଧବାର ଆୟରିଶ ମେଡିକାଲ୍ ଅର୍ଗାନାଇଜେସନର ଅଧିକାରୀକ ଜର୍ଣ୍ଣାଲରେ ଏହି ମାମଲା ପ୍ରକାଶ ପାଇଛି।

ଆୟରିଶ ମେଡିକାଲ ଅର୍ଗାନାଇଜେଶନର ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେକ୍ସ କରିବା ପରେ ବ୍ୟକ୍ତି ଜଣକ ଭୁଲିବା ରୋଗର ଶିକାର ହୋଇଛନ୍ତି। ସୌଭାଗ୍ୟର କଥା ବ୍ୟକ୍ତିଜଣକ ଅସ୍ଥାୟୀ ଭାବେ ନିଜର ସ୍ମୃତି ଶକ୍ତି ହରାଇଛନ୍ତି। ହେଲେ ବର୍ତ୍ତମାନ ସେ କିଛି ମନେ ରଖିବା ସ୍ଥିତିରେ ନାହାନ୍ତି ଏବଂ ଅତୀତ କଥା ମନେ ପକାଇବାକୁ ଅସମର୍ଥ। ଡାକ୍ତର ଏହାକୁ ଟ୍ରାନ୍ସିଆଣ୍ଟ ଗ୍ଲୋବାଲ ଏମ୍ନୋଶିଆ(ଟିଜିଏ) ରୋଗ ଦର୍ଶାଇଛନ୍ତି। ମେୟୋ କ୍ଲିନିକ୍ ଅନୁଯାୟୀ, ଅସ୍ଥାୟୀ ଭାବେ ବ୍ୟକ୍ତି ନିଜର ସ୍ମୃତି ଶକ୍ତି ହରାଇଛନ୍ତି।

ଡାକ୍ତର କହିଛନ୍ତି, ସେକ୍ସ ପରେ ଯେବେ ବ୍ୟକ୍ତିଜଣକ  ନିଜ ଫୋନରେ ତାରିଖ ଦେଖିଲେ ସେ ବିଚଳିତ ହୋଇ ପଡିଥିଲେ। ଏପରିକି ସେ ନିଜର ବିବାହ ବାର୍ଷିକୀ କେବେ ମନେ ପକାଇ ପାରୁ ନାହାନ୍ତି। କାରଣ ସେ ଗୋଟିଏ ଦିନ ପୂର୍ବେ ନିଜ ପତ୍ନୀଙ୍କ ସହ ବିବାହ ବାର୍ଷିକୀ ପାଳନ କରିଥିଲେ। ହେଲେ ବ୍ୟକ୍ତିଜଣକ ସଂପ୍ରତି କିଛି ମନେ ପକାଇ ପାରୁ ନାହାନ୍ତି। ସେ ନିଜ ପତ୍ନୀ ଏବଂ ଝିଅକୁ ଗୋଟିଏ ଦିନ ପୂର୍ବର ଘଟଣା ବିଷୟରେ ପଚାରି ଚାଲିଛନ୍ତି।

ଡାକ୍ତରଙ୍କ ମତରେ ସାଧାରଣତଃ ୫୦ ରୁ ୭୦ ବର୍ଷ ବୟସ୍କ ଲୋକଙ୍କଠାରେ ଏହି ରୋଗ ଦେଖିବାକୁ ମିଳିଥାଏ। ଟିଜିଏ ହେଲେ ପୀଡିତ ବ୍ୟକ୍ତି ବିଗତ ଗୋଟିଏ ବର୍ଷର ଘଟଣା ଭୁଲି ଯାଆନ୍ତି। ହେଲେ କିଛି ସମୟ ପରେ ପୁଣି ଥରେ ନିଜର ସ୍ମୃତି ଶକ୍ତି ଫେରି ପାଆନ୍ତି। ଏହି ଘଟଣାରେ ବ୍ୟକ୍ତି ଜଣକ ନିଜର ବହୁ ପୁରୁଣା ସ୍ମୃତି ମନେ ରଖିଛନ୍ତି ଏବଂ ନିଜର ନାମ, ବୟସ ଏବଂ ବ୍ୟକ୍ତିଗତ ଜୀବନ ସଂପର୍କିତ ଅନ୍ୟ ସୂଚନା କହି ପାରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.