ଦେଶରେ ୮ ବର୍ଷରେ ସବୁଠୁ କମ ମୌସୁମୀ ବର୍ଷାର ଅନୁମାନ, ଶହେ ବର୍ଷର ରେକର୍ଡ ଭାଙ୍ଗିଥିଲା ଅଗଷ୍ଟ

Published By : Prameya-News7 Bureau | August 29, 2023 IST

ନୂଆଦିଲ୍ଲୀ: ଚଳିତ ବର୍ଷର ମୌସୁମୀ ଭାରତରେ ଗତ ଆଠ ବର୍ଷରେ ସବୁଠୁ କମ ବର୍ଷାର ମୌସୁମୀ ହୋଇପାରେ । ଭାରତର ପାଣିପାଗ ବିଭାଗର ଅନୁମାନ ଯେ ମୌସୁମୀ ପ୍ରଭାବ ଏଲ ନିନୋ କାରଣରୁ ସେପ୍ଟେମ୍ୱରରେ ସବୁଠୁ କମ ବର୍ଷା ହୋଇପାରେ । ଯେଉଁଥି ପାଇଁ ଏହା ୨୦୧୫ ପରେ ସବୁଠୁ କମ ବର୍ଷା ହୋଇଥିବା ମୌସୁମୀ ପାଲଟିବ । ଅଗଷ୍ଟ ଶତାବ୍ଦୀରେ ସବୁଠୁ କମ ବର୍ଷାର ମାସ ହୋଇଛି ।

ଭାରତୀୟ ପାଣିପାଗ ବିଭାଗ ଆନୁଷ୍ଠାନିକ ରୂପେ କିଛି କହି ନାହିଁ । କିନ୍ତୁ ବିଭାଗର ଜଣେ ଅଧିକାରୀଙ୍କ ନାଁ ଗୋପନୀୟ ରଖି ତାଙ୍କ ବୟାନକୁ ନେଇ ମିଡିଆ ରିପୋର୍ଟରେ ଦାବି କରାଯାଇଛି, 'ଏଲ ନିନୋ ଅଗଷ୍ଟାରେ ବର୍ଷାକୁ ପ୍ରଭାବିତ କରିଛି । ସେପ୍ଟେମ୍ୱରର ବର୍ଷା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ।'

ପଢନ୍ତୁ: ଅଗଷ୍ଟରେ କମ୍‌ ବର୍ଷା, ଭାଙ୍ଗିଲା ୧୨୩ ବର୍ଷର ରେକର୍ଡ

ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏକ ଅଶୁଭ ଖବର ହୋଇପାରେ । ଏହା ଯୋଗୁଁ ଡାଲି, ଚାଉଳ, ଚିନି ଏବଂ ପରିବା ପରି ଜରୁରୀ ସାମଗ୍ରୀର ମୂଲ୍ୟ ବହୁ ଅଧିକ ହୋଇପାରେ । ଜୁଲାଇରେ ଖଚୁରା ମୁଦ୍ରାସ୍ଫୀତି ହାର ୨୦୨୦ ଜାନୁଆରୀ ପରେ ସବୁଠୁ ଅଧିକ ରହିଥିଲା ।

ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ମୌସୁମୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶରେ ଫସଲ ଜଳସେଚନ ପାଇଁ ଆବଶ୍ୟକୀୟ ମୋଟ ପାଣିର ୭୦ ପ୍ରତିଶତ ମୌସୁମୀରୁ ହିଁ ମିଳିଥାଏ । ଅଧିକାଂଶ ପୋଖରୀ ଏବଂ ଜଳାଶୟ ପାଣି ପାଇଁ ମୌସୁମୀ ଉପରେ ନିର୍ଭର କରନ୍ତି । ଦେଶର ପ୍ରାୟ ଅଧା କୃଷି ଭୂମି ନିକଟରେ ଆଜି ମଧ୍ୟ ଜଳସେଚନର ଅନ୍ୟ ସାଧାନ ଉପଲବ୍ଧ ନାହିଁ । ଏପରି ସ୍ଥିତିରେ ମୌସୁମୀ କମ ହେବା କେବଳ କୃଷି ଉତ୍ପାଦନକୁ ପ୍ରଭାବିତ କରିବ ନାହିଁ ବରଂ ପୂରା ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇବ । ଜୁନରୁ ସେପ୍ଟେମ୍ୱର ମଧ୍ୟରେ ଭାରତ ବିଭିନ୍ନ ଭାଗରେ ମୌସୁମୀ ବର୍ଷା ହୋଇଥାଏ । କୁହାଯାଉଛି ଯେ ଚଳିତ ବର୍ଷ ଅତି କମରେ ବି ଆଠ ପ୍ରତିଶତ କମ ବର୍ଷା ହେବ । ୨୦୧୫ ମସିହାରେ ବି ଏଲ ନିନୋ କାରଣକରୁ ମୌସୁମୀରେ କମ ବର୍ଷା ହୋଇଥିଲା ।

ପୂର୍ବରୁ ମେ ୨୬ରେ ପାଣିପାଗ ବିଭାଗ ମୌସୁମୀକୁ ନେଇ ଅନୁମାନ ଜାରି କରିଥିଲା । ଏହା ଅନୁସାରେ ୪ ପ୍ରତିଶତ କମ ବର୍ଷାର ସମ୍ଭାବନା ଥିଲା । କାରଣ ସେହି ସମୟରେ ଅଲ ନିନୋର ପ୍ରଭାବ ସୀମିତ ରହିବା ନେଇ ଅନୁମାନ କରାଯାଇଛି ।

Also Read: ଚିନ୍ତା ବଢାଇଲାଣି ନିଅଣ୍ଟିଆ ବର୍ଷା, ଧାନ ଅମଳ କମିଯିବା ନେଇ ଆଶଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.