ବିଶ୍ୱର ଜନସଂଖ୍ୟା ହେଲା ୮ ବିଲିୟନ, ସବୁଠୁ ଅଧିକ ଏହି ସବୁ ଦେଶଙ୍କ ଯୋଗଦାନ

Published By : Prameya-News7 Bureau | November 11, 2023 IST

ୱାସିଂଟନ ୧୧।୧୧: ବିଶ୍ୱର ଜନସଂଖ୍ୟା ୮ ବିଲିୟନ ପାର କରିଛି, ତେବେ ବିଶ୍ୱ ଜନସଂଖ୍ୟା ବୃଦ୍ଧିରେ ମନ୍ଥରତାର ଦୀର୍ଘକାଳୀନ ପ୍ରବୃତ୍ତି ଜାରି ରହିଛି। ଆମେରିକୀୟ ଜନଗଣନା ବ୍ୟୁରୋ ଗୁରୁବାର ଏହି ସୂଚନା ଦେଇଛନ୍ତି।  ବ୍ୟୁରୋଙ୍କ ଅନୁମାନ ବୈଶ୍ୱିକ ଜନସଂଖ୍ୟାର ଏହି ସୀମା ୨୬ସେପ୍ଟେମ୍ବର ୨୦୨୩ ରେ ହାସଲ ହୋଇଯାଇଛି। ବିଶ୍ୱର ଜନସଂଖ୍ୟା ୭ ବିଲିୟନରୁ ୮ ବିଲିୟନ ହେବାକୁ ୧୨ ବର୍ଷ ସମୟ ଲାଗିଛି, ତେବେ ୮ ବିଲିୟନରୁ ୯ ବିଲିୟନ ହେବାକୁ ୧୫ ବର୍ଷ ସମୟ ଲାଗିବ।

ଏଥିରୁ ଯାହା ଜଣାପଡୁଛି ବିଶ୍ୱର ଜନସଂଖ୍ୟା ବୃଦ୍ଧି ହାର କମି କମି ଯାଉଛି। ଏଥିରେ ଜାତିସଂଘ (ୟୁଏନ)ଙ୍କ ଅନୁସାରେ ୬୧ ଦେଶ ଅଥବା କ୍ଷେତ୍ରର ଜନସଂଖ୍ୟା ୨୦୨୨-୨୦୫୦ ମଧ୍ୟରେ ୧ ପ୍ରତିଶତରୁ ବି କମ୍ ହୋଇପାରେ। ଏହାର କାରଣ ପ୍ରଜନନ କ୍ଷମତାର ନିରନ୍ତର ହ୍ରାସ ଅଥବା କିଛି ମାମଲାରେ ପ୍ରବାସୀ ଜୀବନର ସମସ୍ୟାକୁ ମଧ୍ୟ କୁହାଯାଉଛି। ଆମେରିକା ଜନଗଣନା ବ୍ୟୁରୋ ଏକ ବୟାନରେ କହିଛନ୍ତି ଯେ ଏମିତିରେ ୟୁଏନ ଅନୁମାନ କରିଥିଲେ ଯେ ଏହି ସଂଖ୍ୟା ୧୦ ମାସ ପୂର୍ବରୁ ପାର କରିଯାଇଥିଲା ଓ ୨୨ ନଭେମ୍ବର ୨୦୨୨ରେ ୮ ବିଲିୟନ ଜନସଂଖ୍ୟା ଦିବସ ଘୋଷଣା କରାଯାଇଥିଲା।

{"id":868482,"sizeSlug":"full","linkDestination":"none"}

ତେବେ ବ୍ୟୁରୋଙ୍କ ଅନୁସାରେ ଏହି ବିସଙ୍ଗତି ଜନଗଣନା ନିମନ୍ତେ ଦେଶମାନଙ୍କର ଅଲଗା ଅଲଗା ପଦ୍ଧତୀ କାରଣରୁ ନଚେତ ବିଲକୁଲ ଜନଗଣନା ନ କରିବା କାରଣରୁ ହୋଇପାରେ। ବ୍ୟୁରୋଙ୍କ ଅନୁସାରେ ଅନେକ ଦେଶରେ ଜନ୍ମ ଓ ମୃତ୍ୟୁ ରେକର୍ଡର ପ୍ରଣାଳୀ ଅଭାବ ରହିଛି। ସେହିପରି ଭାରତ ଓ ନାଇଜେରିଆଙ୍କ ଭଳି କେତେକ ଘନଜନବହୁଳ ଦେଶ ଏକ ଦଶନ୍ଧୀରୁ ଅଧିକ କାଳ ହେଲା ଜନଗଣନା ନ କରିବା। ବିଶ୍ୱ ଜନସଂଖ୍ୟା ବୃଦ୍ଧି ହାର ୧୯୬୦ଓ ୨୦୦୦ ମଧ୍ୟରେ ଦୁଇଗୁଣା ହେବା ପରେ ଧିମେଇ ଯାଇଛି। କନାଡା ଭଳି ଦେଶମାନଙ୍କରେ ବୃଦ୍ଧାବସ୍ଥା ମୃତ୍ୟୁହାରରେ ହ୍ରାସ ଦେଖାଯିବା, ନାଇଜେରିୟା ଭଳି ଦେଶରେ ୫ ବର୍ଷରୁ କମ ବୟଷ୍କ ପିଲାଙ୍କ ମୃତ୍ୟୁ ହାରରେ ହ୍ରାସ ଦେଖାଯାଇଛି।

ୟୁଏନ୍‌ ରିପୋର୍ଟ ମୁତାବକ ବୈଶ୍ୱିକ ଜନସଂଖ୍ୟାକୁ ଦେଖିଲେ ଗରିବ ଦେଶମାନଙ୍କରେ ଜନସଂଖ୍ୟା ବୃଦ୍ଧି ହାରରେ ଅଭିବୃଦ୍ଧି ଦେଖାଯାଇଛି। ଏଥିରେ ଅଧିକାଂଶ ଉପ ସାହାରା ଆଫ୍ରିକୀୟ ଦେଶ ଅଛନ୍ତି। ଜାତିସଂଘଙ୍କ ଅନୁସାରେ ବୈଶ୍ୱିକ ତାପମାତ୍ରାରେ ହେଉଥିବା ବୃଦ୍ଧି ରୋକିବା ନିମନ୍ତେ ପ୍ୟାରିସ୍ ବୁଝାମଣାର ଉଦ୍ଦେଶ୍ୟକୁ ପୁରା କରିବାକୁ ହେବ। ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ଯୋଗୁ ପରିବେଶରେ ହେଉଥିବା ଦ୍ରୁତ ଅବକ୍ଷୟକୁ ରୋକି ହେବ।

{"id":868484,"width":840,"height":473,"sizeSlug":"full","linkDestination":"none"}

ଦକ୍ଷିଣ-ପୂର୍ବ ଏସିୟାର ୨.୩ ବିଲିୟନ ଜନସଂଖ୍ୟା ହୋଇଥିବା ବେଳେ ମଧ୍ୟ-ଦକ୍ଷିଣ ଏସିୟାର ଜନସଂଖ୍ୟା ୨.୧ ବିଲିୟନ ରହିଛି। ଏହି ଉଭୟ କ୍ଷେତ୍ରର ଅଧିକ ଜନସଂଖ୍ୟାର କାରଣ ଚୀନ୍‌ ଓ ଭାରତ। ଦୁଇ ଦେଶଙ୍କ ଜନସଂଖ୍ୟା ଅନୁମାନ ୧.୪ ବିଲିୟନରୁ ଅଧିକ ହୋଇପାରେ। ତେବେ ୨୦୫୦ ପର୍ଯ୍ୟନ୍ତ ବିଶ୍ୱର ଜନସଂଖ୍ୟାରେ ହେବାକୁ ଥିବା ବୃଦ୍ଧି ୮ଟି ଦେଶରେ କେନ୍ଦ୍ରିତ ରହିବ। ଏହିସବୁ ଦେଶ ହେବେ ଭାରତ, ପାକିସ୍ତାନ, କଙ୍ଗୋ, ଇଜିପ୍ଟ, ଇଥୋପିୟା, ନାଇଜେରିୟା, ଫିଲପାଇନ୍ସ ଓ ତାଞ୍ଜାନିଆ ।

ଆଂଶିକ ରୂପେ ଜନସଂଖ୍ୟା ବୃଦ୍ଧି ସେତେବଳେ ହୋଇଥାଏ ଯେତେବେଳେ ମୃତ୍ୟୁ ହାର ହ୍ରାସ ହୁଏ। ବୈଶ୍ୱିକ ସ୍ତରରେ ଦେଖିଲେ ମୃତ୍ୟୁ ହାର ମଧ୍ୟ ହ୍ରାସ ହୋଇଛି। ୨୦୧୯ ଜନଗଣନା ଅନୁସାରେ ବିଶ୍ୱରେ ଏଭରେଜ ମୃତ୍ୟୁ ହାର ୭୨.୮ ବର୍ଷ। ୧୯୯୦ ମସିହା ପରେ ଏଥିରେ ପ୍ରାୟ ୯ ପ୍ରତିଶତ ବୃଦ୍ଧି ହୋଇଛି। ଏହା ୨୦୫୦ ସୁଦ୍ଧା ୭୨.୨ବର୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ। ଅର୍ଥାତ ଆଗାମୀ ବର୍ଷମାନଙ୍କରେ ମୃତ୍ୟୁହର ଆହୁରି ହ୍ରାସ ହୋଇଥିବ ଓ ମଣିଷର ହାରାହାରି ଆୟୁରେ ବୃଦ୍ଧି ହୋଇଥିବ।

ଗାଜାରେ ଧ୍ୱଂସ ଦେଖି ପାଶ୍ଚ୍ୟାତ ଦେଶ ବି ଦାବି କଲେ ଯୁଦ୍ଧବିରାମ, ଫ୍ରାନ୍ସ କହିଲା-ଇସ୍ରାଏଲ୍ ବନ୍ଦ କରୁ ବୋମା ମାଡ଼

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.