ମଦ ବିକିବାକୁ ଚାହୁଁ ନାହାନ୍ତି ମଦ ଦୋକାନୀ: ଶୁଣନ୍ତୁ କ’ଣ କହିଲେ ସଂଘର ସଭାପତି
2/05/2020 at 5:51 PM

ଭୁବନେଶ୍ବର୨/୫: ଆଉ ୧୫ ଦିନ ପର୍ଯ୍ୟନ୍ତ ମଦ ଦୋକାନ ନ ଖୋଲିବାକୁ ସରକାରଙ୍କ ନିକଟରେ ଦାବି କଲେ ମଦ ଦୋକାନୀ ସଂଘ। ଏ ନେଇ ସଂଘର ସଭାପତି ପ୍ରଭାତ ଦାସ କହିଛନ୍ତି ଯେ, ମଦ ଦୋକାନ ବନ୍ଦ ଯୋଗୁଁ ପ୍ରତି ମାସ ୪୦୦ କୋଟି ଟଙ୍କା କ୍ଷତି ହେଉଛି। ଲକ ଡାଉନ୍ ଯୋଗୁଁ ୬୦୦ କୋଟି କ୍ଷତି ହୋଇ ସାରିଲାଣି । ତେଣୁ ମଦଠୁ ଲୋକଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ । ଗ୍ରୀନ ଜୋନ୍ କୁ ରେଡ଼ ଜୋନ ଓ ଅରେଞ୍ଜ ଜୋନ ଲାଗିଛି। ପୁରୀ ଓ କଟକ ଜିଲ୍ଲାକୁ ଯାଜପୁର, ଖୋର୍ଦ୍ଧା ଜିଲ୍ଲା ଲାଗିଛି। ସେଠାରୁ ଲୋକ ମଦ ଆଣିପାରିବେ। ମଦ ଦୋକାନୀଙ୍କର କ୍ଷତି ହେଉ ପଛେ ଲୋକଙ୍କ ଜୀବନ ସୁରକ୍ଷିତ ରହୁ। ବର୍ତ୍ତମାନର ପରିସ୍ଥିତିରେ ମଦ ଦୋକାନ ନ ଖୋଲିବାକୁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ମଦ ଦୋକାନୀ ସଂଘ।
Related Posts
କୋଇଲା ବୋଝେଇ ଟ୍ରକ୍ରେ ଅଗ୍ନିକାଣ୍ଡ; ଜୀବନ୍ତ ଜଳିଗଲେ ଚାଳକ
30 January 2023