ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

୨୭ରେ ଖୋଲିବ ମନ୍ଦିର ଦ୍ଵାର, ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଲିଙ୍ଗରାଜ, କୋଭିଡ୍ ଗାଇଡ୍‌ଲାଇନ୍ସ ସହ ଦିନକୁ ୫୦୦ ଭକ୍ତଙ୍କୁ ଅନୁମତି

15/12/2020 at 5:21 PM

ଭୁବନେଶ୍ଵର ୧୫।୧୨: ମହାମାରୀ କରୋନା ଯୋଗୁଁ ଦୀର୍ଘ ପ୍ରାୟ ନଅ ମାସ ହେବ ବନ୍ଦ ପଡିଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଯାଉଛି। ଆସନ୍ତା ଡିସେମ୍ବର ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସେବାୟତ ସୂଚନା ଦେଇଛନ୍ତି।। ୬ ତାରିଖରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି  ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ସେବାୟତ। ହେଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ଚାରି ପାଞ୍ଚ ଦିନ ପୂର୍ବରୁ ହୋଇଥିବା ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି।

୨୭ ରୁ ୩୧ ତାରିଖ ଯାଏ ସେବାୟତଙ୍କ ପରିବାରର ସଦସ୍ୟଙ୍କ ଦର୍ଶନ ସୁବିଧା ରହିଛି। ୩ ରୁ ୫ ତାରିଖ ରାଜଧାନୀବାସୀ ଲିଙ୍ଗରାଜଙ୍କ ଦର୍ଶନ କରି ପାରିବେ। ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ୬ ତାରିଖରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। ଦୈନିକ ୫ ଶହ ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ। ଦର୍ଶନ ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପରବର୍ତ୍ତୀ ବୈଠକ ୨୭ ଓ ୨୮ରେ ହେବ ବୋଲି କୁହାଯାଇଛି। କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ଚାରି ପାଞ୍ଚ ଦିନ ପୂର୍ବରୁ ହୋଇଥିବା ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ। ମନ୍ଦିର ନିକଟରେ ସକାଳ ୭ଟାରୁ ରାତି ୧୦ଟା ଯାଏଁ ସ୍କ୍ରିନିଂ କ୍ୟାମ୍ପ କରାଯିବ।

ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ବିଏମସି ଅଫିସରେ ବୈଠକରେ ତିନି ନିଯୋଗ ଅଧିକାରୀ,  ପୋଲିସ ଅଧିକାରୀ, ମନ୍ଦିର କାର୍ଯ୍ୟାଳୟ ଅଧିକାରୀ, ଉପଜିଲ୍ଲାପାଳ, ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ, ଦେବତ୍ୱର ବିଭାଗର ଅଧିକାରୀଙ୍କ ସହ ଦେବ ଆଲୋଚନା ହୋଇଛି। ମନ୍ଦିର କେମିତି ଖୋଲିବ, କେତେ ଭକ୍ତ ଅନୁମତି ପ୍ରଦାନ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା।  ବୈଠକରେ ଉପସ୍ଥିତ ଥିବା ଅଧିକାରୀ ମାନେ ନିଜ ନିଜର ମତ ପରିପ୍ରକାଶ କରିଥିଲେ। ଧାର୍ମିକ ଅନୁଷ୍ଠାନ ଗୁଡିକ ଖୋଲିବା ପୂର୍ବରୁ ବିଶୋଧନ ସମେତ ଆଉ କଣ କଣ କରାଯିବ, ସଂକ୍ରମଣକୁ ରୋକିବା ପାଇଁ ସାତର୍କତାମୂଳ କି କି ବ୍ୟବସ୍ଥା ଗ୍ରହଣ କରାଯିବା ତାହା ଉପରେ ମଧ୍ୟ୍ୟ ଗୁରୁତ୍ୱଆରୋପ କରାଯାଇଛି।

   Related Posts