ହଲିଉଡ଼ ଫିଲ୍ମ ‘ଦ ଲିଷ୍ଟ୍ ଅଫ୍ ଦିଜ୍’ର ଟ୍ରେଲର ରିଲିଜ୍ ; ଦେଖିବାକୁ ମିଳିଛି ଓଡ଼ିଶାର ଆଦିବାସୀ ସଂସ୍କୃତିର ଝଲକ

Published By : Prameya-News7 Bureau | January 23, 2019 IST

ମୁମ୍ବାଇ ୨୩/୧ : ‘ଦ ଲିଷ୍ଟ୍ ଅଫ୍ ଦିଜ୍’ର ଟ୍ରେଲର ରିଲିଜ୍ ହୋଇଯାଇଛି । ୧୯୯୯ର ବହୁ ଚର୍ଚ୍ଚତ ଖ୍ରୀଷ୍ଟିଆନ୍ ମିଶନାରୀ ଗ୍ରାହାମ୍ ଷ୍ଟେନସ ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦ ଲିଷ୍ଟ୍ ଅଫ୍ ଦିଜ୍‘। ଫିଲ୍ମଟି ଉଭୟ ଭାରତୀୟ ଏବଂ ବିଦେଶୀ କଳାକାରଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୀଶ ଡାନିଏଲ୍ ।

{"id":77188}

ଫିଲ୍ମର ଟ୍ରେଲରେ ଓଡ଼ିଶାର ଆଦିବାସୀ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ବଲିଉଡ୍ ଅଭିନେତା ଶରର୍ମନ ଜୋଷୀ । ଶରର୍ମନ ଜଣେ ସାମ୍ୱାଦିକ ଭୂମିକାରେ ନଜର ଆସିଛନ୍ତି । ସ୍କାଏପାସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ପ୍ରଥମ ଫିଲ୍ମ ‘ଦ ଲିଷ୍ଟ୍ ଅଫ୍ ଦିଜ୍‘ ଆମେରିକାରେ ଫେବୃଆରୀ ୧ରେ ରିଲିଜ ହେବ ।

{"id":77189,"width":356,"height":524}
wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.