ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କୁଡ଼ମି ଜାତିକୁ ଆଦିବାସୀ ମାନ୍ୟତା ପାଇଁ ଦାବୀ କଲା କୁଡ଼ୁମି ସେନା

29/05/2022 at 9:31 PM

ରାଇରଙ୍ଗପୁର ୨୯/୦୫ : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କୁଡୁମୀ ଭବନରେ କୁଡୁମୀ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆସନ୍ତା ଜୁନ ୧୦ ରେ କୁଡୁମୀ ସେନା ରାଇରଙ୍ଗପୁର ପୁରୁଣା ପାଣି ପଡ଼ିଆରେ ତାର ଦଶମ ପ୍ରତିଷ୍ଠା ଦିବସ ପାଳନ କରିବ। ସେନେଇ ପାଳନର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀକୁ ନେଇ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୁଡୁମି ସେନାର ରାଜ୍ୟ ସଭାପତି ଜୈମୁନି ମହାନ୍ତ।

ତେବେ ଦୀର୍ଘ ବର୍ଷରୁ କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବି କରି ଆସୁଥିବା କୁଡୁମୀ ସେନା କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁଣିଥରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଡେରି ନକରି କେନ୍ଦ୍ରକୁ ସୁପାରିଶ କରିବା ସହିତ କୁଡ଼ମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ପରିପ୍ରେକ୍ଷୀରେ କୁଡୁମୀ ସେନା ତାର ଦଶମ ପ୍ରତିଷ୍ଠା ଦିବସରେ ରାଇରଙ୍ଗପୁରରେ ଏକ ବିଷାଳ ସମାବେଶ କରିବ ବୋଲି ସଭାପତି ଜୈମୁନି ମହାନ୍ତ କହିଛନ୍ତି। ଏହି ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଆହୁରି  ଯୋରଦାର କରାଯିବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ଚେତାବନୀ ଦେଇଛନ୍ତି।

   Related Posts