ମୁମ୍ଵାଇ ୨୫।୦୫: ଚଳଚ୍ଚିତ୍ର 'ଦ କେରଳ ଷ୍ଟୋରୀ' ବର୍ତ୍ତମାନ ଚର୍ଚ୍ଚାରେ ଅଛି । ଯାହା ବକ୍ସ ଅଫିସ୍ରେ ଦମ୍ଦାର ପ୍ରଦର୍ଶନ କରୁଛି । ଗୁରୁବାର ଦିନ ନିର୍ମାତା ବିପୁଲ ଶାହା, ଅଭିନେତ୍ରୀ ଅଦା ଶର୍ମାଙ୍କ ସମେତ ଫୁଲ ଟିମ୍ ମୁମ୍ବାଇରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଥିଲେ। ଏହାର ବୈଠକର ଫଟୋ ଗଡକରୀଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି ।
wp:html/wp:htmlThe cast of the film 'The Kerala Story' met Union Minister Shri @nitin_gadkari Ji in Mumbai today. The film's producers, Shri @VipulAlShah, Shri @Aashin_A_Shah, and actresses @adah_sharma, @iyogitabihani, and @soniabalani9 were also present. pic.twitter.com/zz7QH5BmlN
— Office Of Nitin Gadkari (@OfficeOfNG) May 25, 2023
କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଦୁଇଟି ଫଟୋ ସେୟାର କରାଯାଇଛି। ପ୍ରଥମ ଫଟୋରେ, 'କେରଳ ଷ୍ଟୋରୀ'ର ପୁରା ଟିମ୍ ନୀତିନ ଗଡକରୀଙ୍କ ସହ ଗ୍ରୁପ ଫଟୋ ପାଇଁ ପୋଜ୍ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ଦ୍ୱିତୀୟ ଫଟୋରେ କେନ୍ଦ୍ର ମନ୍ତ୍ରୀ ସମସ୍ତଙ୍କ ସହ ଗଭୀର ଆଲୋଚନା କରୁଥିବା ନଜର ଆସିଛନ୍ତି। ତେବେ ଫଟୋ ସେୟାର କରାଯାଇ କ୍ୟାପସନ୍ ଲେଖାଯାଇଛି, 'ଚଳଚ୍ଚିତ୍ର' ଦ କେରଳ ଷ୍ଟୋରୀ'ର ପୁରା ଷ୍ଟାରକାଷ୍ଟଙ୍କ ସହ ସାକ୍ଷାତ ।
ଗୋଟିଏ ପଟେ ଏହି ଚଳଚ୍ଚିତ୍ରଟି ବହୁତ ପସନ୍ଦ କରାଯାଉଛି। ଅନ୍ୟପଟେ ରିଲିଜ୍ ପୂର୍ବରୁ ମଧ୍ୟ ଏହାକୁ ନେଇ ବିବାଦ ଘେରକୁ ଆସିଥିଲା। ଏପରିକି ପଶ୍ଚିମବଙ୍ଗରେ ଫିଲ୍ମର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପ୍ରତିବନ୍ଧକ ହଟାଯାଇଥିଲା।