ରାଜ୍ୟପାଳଙ୍କୁ ବିଶ୍ବବିଦ୍ୟାଳୟ କୁଳପତି ପଦରୁ ହଟାଇବା ପାଇଁ ପ୍ରସ୍ତୁତ କେରଳ ସରକାର, ବିଧାନସଭାରେ ବିଲ୍ ପାସ୍

Published By : Prameya-News7 Bureau | December 13, 2022 IST

ନୂଆଦିଲ୍ଲୀ, ୧୩/୧୨: କେରଳ ବିଧାନସଭାରେ ମଙ୍ଗଳବାର ବିଶ୍ବବିଦ୍ୟାଳୟ ଆଇନ(ସଂଶୋଧିତ) ବିଧେୟକ ପାରିତ ହୋଇଛି। ଏହି ବିଲ୍ ଆଇନ୍‌ରେ ପରିଣତ ହେବା ପରେ ରାଜ୍ୟର ବିଶ୍ବବିଦ୍ୟାଳୟର କୁଳପତି ପଦରେ ରାଜ୍ୟପାଳଙ୍କ ବଦଳରେ ବିଶିଷ୍ଟ ଶିକ୍ଷାବିତଙ୍କ ନିଯୁକ୍ତ ହୋଇପାରିବ।     

କେରଳରେ ବିଶ୍ବବିଦ୍ୟାଳୟ କୂଳପତିକୁ ନେଇ, ରାଜ୍ୟପାଳ ଆରିଫ୍ ମୋହମ୍ମଦ ଖାନ୍ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏବେ ନୂଆ ମୋଡ଼ ଆସିଛି। କେରଳ ବିଧାନସଭାରେ ରାଜ୍ୟପାଳଙ୍କୁ ଚାନ୍ସେଲର ପଦରୁ ହଟାଇବା ପାଇଁ ପିନାରାଇ ବିଜୟନ ସରକାର ବିଧେୟକ ପାରିତ କରିଛନ୍ତି। ଏହା ପୂର୍ବରୁ ଏହି ବିଧେୟକକୁ ବିଧାନସଭାରେ ଆଗତ କରାଯାଇଥିଲା, ଯାହା ଏବେ ପାରିତ ହୋଇଛି।

ଏହି ବିଧେୟକ ଆଇନ ପରିଣତ ହେବା ପରେ ରାଜ୍ୟର ବିଶ୍ବବିଦ୍ୟାଳୟ ମାନଙ୍କରେ କୁଳାଧିପତି ପଦରେ ରାଜ୍ୟପାଳଙ୍କ ସ୍ଥାନରେ ପ୍ରଖ୍ୟାତ ଶିକ୍ଷାବିତ୍‌ଙ୍କୁ ନିଯୁକ୍ତି କରାଯାଇପାରିବ। ବିରୋଧୀ ୟୁଡିଏଫ୍‌ର ପରାମର୍ଶକୁ ଅଣଦେଖା କରାଯାଇଥିବା ଅଭିଯୋଗରେ ଗୃହତ୍ୟାଗ କରିଥିଲା ଦଳ।  ବିଧାନସଭାରେ ଘଣ୍ଟା ଘଣ୍ଟା ଧରି ଚର୍ଚ୍ଚା ପରେ ଏହି ବିଧେୟକ ପାରିତ ହୋଇଛି।

ଚର୍ଚ୍ଚା ସମୟରେ କଂଗ୍ରସରେ ନେତୃତ୍ବାଧୀନ ୟୁଡିଏଫ୍ କହିଥିଲା ଯେ କୁଳପତି ପଦରୁ ରାଜ୍ୟପାଳଙ୍କ ହଟାଯିବାରେ ବିପକ୍ଷରେ ଦଳ ନାହିଁ। କିନ୍ତୁ ଏହି ପଦ ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏବଂ କେରଳ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିଙ୍କ ମଧ୍ୟରୁ ଚୟନ କରାଯିବା ଦରକାର। ବିରୋଧୀ କହିଥିଲେ ଯେ ପ୍ରତି ବିଶ୍ବବିଦ୍ୟାଳୟ ପାଇଁ ଭିନ୍ନ ଭିନ୍ନ କୁଳପତିଙ୍କ ଆବଶ୍ୟକତା ନାହିଁ ଏବଂ ଚୟନ ସମିତିରେ ମୁଖ୍ୟମନ୍ତ୍ରୀ, ବିରୋଧୀ ନେତା ତଥା କେରଳ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ହେବା ଦରକାର।

ଅବଶ୍ୟ, ରାଜ୍ୟର ଆଇନ ମନ୍ତ୍ରୀ ପୀ ରାଜୀବ କହିଛନ୍ତି ଯେ କେହି ବିଚାରପତିଙ୍କୁ ଚୟନ ସମିତିର ଭାଗ ନନେବା ଦରକାର। ବରଂ ବିଧାନସଭା ଅଧ୍ୟକ୍ଷ ଭଲ ବିକଳ୍ପ ହେବେ। ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ବିଶ୍ବବିଦ୍ୟାଳୟର କୁଳପତି ପଦ ପାଇଁ କେବଳ ଅବସରପ୍ରାପ୍ତ ବିଚାରପତି ହେବା ଏକମାତ୍ର ବିକଳ୍ପ ହୋଇପାରିବେନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.