ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କେନ୍ଦୁଝର ଜିଲ୍ଲା ଅଦାଲତ

Published By : Prameya-News7 Bureau | July 04, 2022 IST

କେନ୍ଦୁଝର ୦୪/୦୭: ଏକ ହତ୍ୟାକାଣ୍ଡର ବିଚାର କରି ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଟଙ୍କାର ଜୋରିମାନା ଘୋଷଣା କରିଛନ୍ତି କେନ୍ଦୁଝର ଜିଲ୍ଲା ଦୌରା ଜଜ୍ ଚିତ୍ତ ରଞ୍ଜନ ମହାପାତ୍ର। ଜୋରିମାନା ଅନାଦେୟ ହେଲେ  ଅଭିଯୁକ୍ତ ଅଧିକ ଗୋଟିଏ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ କହିଛନ୍ତି ।

ଖବର ଅନୁସାରେ, ୨୦୧୯ ରେ ଘଟଗାଁ ଥାନା ଅଞ୍ଚଳରେ ଏକ ଜମି ବାଡ଼ି ଝଗଡ଼ାକୁ ନେଇ ବିଦ୍ୟାଧର ମହାକୁଡ଼ ନାମକ ଜଣେ ବ୍ୟକ୍ତି କୋର୍ଟରେ ମକଦ୍ଦମା କରି ଡିଗ୍ରୀ ପାଇଥିଲେ। ହେଲେ କୋର୍ଟର ନିଷ୍ପତ୍ତିକୁ ନେଇ ପଦ୍ମଲୋଚନ ମହାକୁଡ ଆସନ୍ତୁଷ୍ଟ ଥିଲେ। ଦିନେ ବିଦ୍ୟାଧର ହାଟରେ ପରିବା ବିକି ଘରକୁ ଫେରିବା ସମୟରେ ତାଙ୍କୁ ବାଟରେ ପଦ୍ମଲୋଚନ ଛୁରୀ ଭୂଷି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡର ବିଚାର କରି  ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପଦ୍ମଲୋଚନକୁ କେନ୍ଦୁଝର ଜିଲ୍ଲା ଦୌରା ଜଜ୍ ପଦ୍ମଲୋଚନକୁ ଆଜୀବନ କାରାଦଣ୍ଡ  ସହିତ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ଜୋରିମାନା ଅନାଦେୟ ହେଲେ ଜିଲ୍ଲା ଦୌରା ଜଜ୍‌ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.