The Kashmir Files Box Office: ବାହୁବଳୀ ଓ ସିମ୍ବାକୁ ମାତ୍ ଦେଲା 'ଦ କଶ୍ମୀର ଫାଇଲ୍ସ'

Published By : Prameya-News7 Bureau | March 29, 2022 IST

ନୂଆଦିଲ୍ଲୀ ୨୯।୦୩: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଦ କଶ୍ମୀର ଫାଇଲ୍ସର ଚମକରେ କିଛିଟା ହ୍ରାସ ଦେଖିବାକୁ ମିଳିଛି। ତଥାପି ଫିଲ୍ମର ଆୟ ଏବେ ମଧ୍ୟ ଜାରି ରହିଛି। ରିଲିଜ୍‌ର ତୃତୀୟ ସପ୍ତାହରେ ମଧ୍ୟ ଦର୍ଶକ ଫିଲ୍ମକୁ ପସନ୍ଦ କରୁଛନ୍ତି। ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କ ଅଭିନୀତ ଫିଲ୍ମ ଆରଆରଆରର ପ୍ରଭାବ ଦ କଶ୍ମୀର ଫାଇଲ୍ସ ଉପରେ ପଡିଛି। ତଥାପି ସତ୍ୟ ଘଟଣା ଉପରେ ଆଧାରିତ ବିବେକଙ୍କ ଫିଲ୍ମ ତୃତୀୟ ସପ୍ତାହରେ ମଧ୍ୟ ରେକର୍ଡ  କରିଛି। ଦ କଶ୍ମୀର ଫାଇଲ୍ସ ରଣବୀର ସିଂହଙ୍କ ସିମ୍ବା ଏବଂ ପ୍ରଭାସଙ୍କ ବାହୁବଳୀକୁ ମାତ୍ ଦେଇଛି।

୨୦୨୨ ମାର୍ଚ୍ଚ ୧୧ରେ ରିଲିଜ୍ ହୋଇଥିବା ଦ କଶ୍ମୀର ଫାଇଲ୍ସ ତୃତୀୟ ସପ୍ତାହର ପ୍ରଥମ ସୋମବାରରେ ୩.୧୦ କୋଟି ଟଙ୍କା ଆୟ କରିଛି। ଏହି କଲେକ୍ସନ ସହ ଫିଲ୍ମ ତୃତୀୟ ସପ୍ତାହର ପ୍ରଥମ ସୋମବାରରେ ସବୁଠୁ ଅଧିକ ଆୟ କରିବାରେ ଅଷ୍ଟମ ଫିଲ୍ମ ହୋଇ ପାରିଛି। ଏହି ତାଲିକାରେ ନମ୍ବର ସ୍ଥାନରେ ରହିଛି ପ୍ରଭାସଙ୍କ ବାହୁବଳୀ-ଦ ବିଗନିଙ୍ଗ ଏ ବଂ ଦଶମରେ ରହିଛି ରଣବୀର ସିଂହ ଏବଂ ସାରା ଅଲୀ ଖାନଙ୍କ ସିମ୍ବା। ଦ କଶ୍ମୀର ଫାଇଲ୍ସ ଏ ପର୍ଯ୍ୟନ୍ତ ଭାରତରେ ମୋଟ୍ ୨୩୧.୨୮ କୋଟି ଟଙ୍କା ଆୟ କରି ସାରିଛି।

ତୃତୀୟ ସୋମବାରରେ ସର୍ବାଧିକ ଆୟ କରିଥିବା ୧୦ ଫିଲ୍ମ

ବାହୁବଳୀ ଦ କନକ୍ଲୁଜନ- ୭.୯୫ କୋଟି ଟଙ୍କା

ପିକେ- ୪.୪୨ କୋଟି ଟଙ୍କା

ଦଙ୍ଗଲ- ୪.୩୫ କୋଟି ଟଙ୍କା

କବୀର ସିଂହ- ୪.୨୫ କୋଟି ଟଙ୍କା

ତାନାଜୀ- ୪.୦୩ କୋଟି ଟଙ୍କା

ଉରି- ଦ ସର୍ଜିକାଲ ଷ୍ଟ୍ରାଇକ- ୩.୪୩ କୋଟି ଟଙ୍କା

ପଦ୍ମାବତ- ୩.୨୦ କୋଟି ଟଙ୍କା

ଦ କଶ୍ମୀର ଫାଇଲ୍ସ- ୩.୧୦ କୋଟି ଟଙ୍କା

ବାହୁବଳୀ- ଦ ବିଗନିଙ୍ଗ- ୩.୦୫ କୋଟି ଟଙ୍କା

ସିମ୍ବା- ୨.୮୭ କୋଟି ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.