‘ଦ କପିଲ ଶର୍ମା ଶୋ’ ଫେମ୍ ତୀର୍ଥାନନ୍ଦଙ୍କ ଆର୍ଥିକ ସଙ୍କଟ ହେତୁ ଆତ୍ମହତ୍ୟା ଉଦ୍ୟମ, ପଡୋଶୀ ବଞ୍ଚାଇଲେ ଜୀବନ

Published By : Prameya-News7 Bureau | January 07, 2022 IST

ନୂଆଦିଲ୍ଲୀ ୦୭/୦୧: ଦେଶରେ କରୋନା ପ୍ରଭାବରୁ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ଅବସ୍ଥା ଖରାପ ରହିଛି। ଗତ ଦୁଇ ବର୍ଷ ମଧ୍ୟରେ, ଲକଡାଉନ୍ ହେତୁ ଅନେକ ଟିଭି ଷ୍ଟାର୍ ନିଜ ଜୀବନକୁ ଦାରିଦ୍ରରେ ବିତାଇଛନ୍ତି। ବର୍ତ୍ତମାନ ଅଭିନେତା ତୀର୍ଥାନନ୍ଦଙ୍କୁ ନେଇ ଏପରି ଖବର ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ଚକିତ ହୋଇଯିବେ। ଖବର ଅନୁଯାୟୀ, ତୀର୍ଥାନନ୍ଦ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି।

ତୀର୍ଥାନନ୍ଦ କମେଡି ଶୋ’ ଦି କପିଲ ଶର୍ମା ଶୋ’ରେ କାମ କରିଛନ୍ତି। ଲୋକମାନେ ତୀର୍ଥାନନ୍ଦଙ୍କୁ ବଲିଉଡ ଅଭିନେତା ନାନା ପାଟେକରଙ୍କ ଡୁପ୍ଲିକେଟ୍ ବୋଲି କୁହନ୍ତି। ସୂଚନା ଅନୁଯାୟୀ, ଡିସେମ୍ବର ୨୭ ରେ ତୀର୍ଥାନନ୍ଦ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହା ଜାଣିବା ମାତ୍ରେ ତୀର୍ଥାନନ୍ଦଙ୍କ ପଡ଼ୋଶୀମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଚିତ୍ ସମୟରେ ଚିକିତ୍ସା ପାଇଥିବାରୁ ତୀର୍ଥାନନ୍ଦଙ୍କ ଜୀବନ ବଞ୍ଚି ଯାଇଥିଲା ଏବଂ ବର୍ତ୍ତମାନ ସେ ଘରକୁ ଫେରିଛନ୍ତି।

ତୀର୍ଥାନନ୍ଦଙ୍କ କହିଛନ୍ତି, ପରିବାରରେ ଆର୍ଥିକ ପ୍ରତିବନ୍ଧକ ଏବଂ ମତଭେଦ କାରଣରୁ ସେ ବିଷ ପିଇଥିଲେ। ଅସୁବିଧା ସମୟରେ ସେ ଏକାକୀ ହୋଇଯାଇଥିଲେ ଏବଂ ପରିବାର ସଦସ୍ୟ ତାଙ୍କ ହାତ ଛାଡିଦେଇଥିଲେ। ଡାକ୍ତରଖାନାରେ ତାଙ୍କୁ ଦେଖିବାକୁ କେହି ଆସି ନଥିଲେ। ତୀର୍ଥାନନ୍ଦଏହା ମଧ୍ୟ କହିଛନ୍ତି ସେ ଋଣରେ ବୁଡି ରହିଛନ୍ତି ଏବଂ ତାଙ୍କ ପତ୍ନୀ ଏବଂ ଝିଅ ସହିତ ସମ୍ପର୍କରେ ନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.