ଜାନୁଆରୀ ୯ରୁ କଳିଙ୍ଗ ସୁପର କପ୍‌ ଫୁଟବଲ; ଓଡ଼ିଶାର ୨ଟି ଭେନ୍ୟୁରେ ମ୍ୟାଚ୍

Published By : Prameya-News7 Bureau | November 30, 2023 IST

ଭୁବନେଶ୍ୱର,୩୦/୧୧: ନୂଆବର୍ଷରୁ କଳିଙ୍ଗ କପ ଫୁଟବଲ୍ । ଜାନୁଆରୀ ୯ ତାରିଖରୁ ରାଜ୍ୟର ଦୁଇଟି ଭେନ୍ୟୁରେ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ସୁପର କପ୍‌ । ସର୍ବଭାରତୀୟ ଫୁଟବଲ ସଂଘ ବା ଏଆଇଏଫ୍‌ଏଫ୍‌  ସଭାପତି କଲ୍ୟାଣ ଚୌବେ ଏନେଇ ଘୋଷଣା କରିଛନ୍ତି ।

ଶ୍ରୀ ଚୌବେ କହିଛନ୍ତି, ‘ପ୍ରତି ବର୍ଷ ଆୟୋଜିତ ହେଉଥିବା ସୁପର କପ୍‌କୁ  ଏବେ ବିଶାଳ ଭାବେ ଆୟୋଜନ କରାଯିବ । ଟୁର୍ଣ୍ଣାମେଣ୍ଟର ନୂଆ ନାମକରଣ ହୋଇ ‘କଳିଙ୍ଗ ସୁପର କପ୍‌’ ରଖାଯାଇଛି । ଓଡ଼ିଶାରେ ଏହା  ଜାନୁଆରୀ ୯ତାରିଖରୁ ଖେଳାଯିବ । ଏହା  ଭାରତୀୟ ଘରୋଇ ଫୁଟବଲକୁ ଅଧିକ  ସମୃଦ୍ଧ କରିବାରେ ସହାୟକ ହେବ ।’

ଇଣ୍ଡିଆନ ସୁପର ଲିଗ୍‌ ଏବଂ ଆଇଲିଗ୍‌ରୁ ଦଳ ଗୁଡ଼ିକ ଟୁର୍ଣ୍ଣାମେଣ୍ଟରେ  ଭାଗ ନେବେ । ଟୁର୍ଣ୍ଣାମେଣ୍ଟରେ ୪ଟି  ଗ୍ରୁପ୍‌ ରହିବ । ପ୍ରତି ଗ୍ରୁପ୍‌ରେ ୪ଟି  ଦଳ ରହିବେ ଏବଂ ପରସ୍ପରକୁ  ଥରୁଟିଏ ଭେଟିବେ । ଗ୍ରୁପ୍‌ ଟପ୍ପର ଦଳ ସେମି ଫାଇନାଲକୁ ଉନ୍ନୀତ ହେବ ।  ଚାମ୍ପିଅନ ଦଳ ଏଏଫ୍‌ସି ୨୦୨୩-୨୪ର  ଏସିଏଲ୍‌-୨ର ପ୍ରାରମ୍ଭିକ ପର୍ଯ୍ୟାୟ  ଖେଳିବାକୁ ଯୋଗ୍ୟତା ହାସଲ କରିବ । 

wp:embed {"url":"https://www.prameyanews7.com/t-20-world-cup-preparation-after-one-day-bcci-tried-to-persuade-rohit-sharma/","type":"wp-embed","providerNameSlug":"prameya-news-7"}
https://www.prameyanews7.com/t-20-world-cup-preparation-after-one-day-bcci-tried-to-persuade-rohit-sharma/
/wp:embed

ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବର  ୨୧ ତାରିଖରେ କଲ୍ୟାଣ ଚୌବେ ନୂଆ  ସଭାପତି ଭାବେ ନିର୍ବାଚିତ ହେବା  ପରେ ୧୭ ବର୍ଷରୁ କମ୍‌ ଫିଫା ମହିଳା  ବିଶ୍ୱକପ୍‌ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ  କରିଥିଲେ । ଏହି ସାକ୍ଷାତ ସମୟରେ  ଓଡ଼ିଶାରେ ମହିଳା ଫୁଟବଲର ବିକାଶ  ଏବଂ ସର୍ବଭାରତୀୟ କଳିଙ୍ଗ କପ୍‌  ଫୁଟବଲର ପୁନଃ ଆରମ୍ଭ ହେବା  ବିଷୟରେ ଆଲୋଚନା ହୋଇଥିଲା ।  ଏହି ଆଲୋଚନାର ସାରାଂଶ ଏବଂ  ଫଟୋ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟର  ପୃଷ୍ଠାରେ ସେୟାର କରିଥିଲେ ।  

କଳିଙ୍ଗ କପ୍‌ ଫୁଟବଲ ଏକ ନୂଆ  ଏବଂ ବିସ୍ତୃତ ରୂପରେ ଆୟୋଜିତ  ହେବାକୁ ଯାଉଛି । ଯାହା ରାଜ୍ୟ ପାଇଁ  ଗୌରବର ବିଷୟ । ୧୯୬୨ ମସିହାରେ  କ୍ରୀଡ଼ାପ୍ରେମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ  ପଟ୍ଟନାୟକ କଳିଙ୍ଗ କପ୍‌ ଫୁଟବଲ  ଆରମ୍ଭ କରିଥିଲେ । ଇତି ମଧ୍ୟରେ ଛଅ  ଦଶନ୍ଧି ବିତିଗଲାଣି । ୨୦୧୬ ମସିହାରୁ  ଏହି ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.