ରାଜ୍ୟ ସମ୍ପୂର୍ଣ୍ଣ କରୋନା ମୁକ୍ତ ନ ହେବା ଯାଏଁ ମଦ ଦୋକାନକୁ ବନ୍ଦ ରଖାଯାଉ: କଳିଙ୍ଗସେନା
6/05/2020 at 6:06 PM

କଟକ୬/୫: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ କରୋନା ମୁକ୍ତ ନ ହେବା ଯାଏଁ ମଦ ଦୋକାନ ନ ଖୋଲିବାକୁ କଳିଙ୍ଗସେନା ଅଣ୍ଟା ଭିଡିଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି କଳିଙ୍ଗସେନା ସୂଚନା ଦେଇଛି। ଏଭଳି ପରିସ୍ଥିତି ରାଜ୍ୟରେ ବନ୍ଦ ବିକିଲେ ଆନ୍ଦୋଳନ ହେବ ବୋଲି କଳିଙ୍ଗସେନା ଚେତାବନୀ ଦେଇଛି।
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୮୫ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ ୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୨ ଜଣ କୋଭିଡ୍ ହସ୍ପିଟାଲରେ ଚିତ୍ସାଧୀନ ଅଛନ୍ତି। ଦୁଃଖର କଥା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ରେ ପହଁଞ୍ଚିଛି।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023