କିଏ ଭାଙ୍ଗିଲା କାଖୋବକା ଡ୍ୟାମ୍ ? ଋଷ-ୟୁକ୍ରେନ କାଦୁଅ ଫିଙ୍ଗାଫିଙ୍ଗି, ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ଜେଲେନସ୍କି
7/06/2023 at 11:00 AM

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଘମାଘୋଟ ଯୁଦ୍ଧ । ମଙ୍ଗଳବାର ୟୁକ୍ରେନର ସବୁଠୁ ବଡ଼ ଡ୍ୟାମ୍ କାଖୋବକା ଡ୍ୟାମ ଉପରେ ହମଲା କରିଛି ଋଷ୍ । ଫଳରେ ନଦୀବନ୍ଧ ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି । ରୟଟର୍ସର ରିପୋର୍ଟ ଅନୁଯାୟୀ, ଡ୍ୟାମ ଭାଙ୍ଗି ଯିବାରୁ ୟୁକ୍ରେନର ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନାଇପର ନଦୀରେ ଜଳସ୍ତର ବଢୁଥିବାରୁ ତଳି ଅଞ୍ଚଳ ଗାଁ ଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସବୁଠୁ ବଡ ଡ୍ୟାମ ଧ୍ବଂସ ହୋଇଥିବାରୁ ୮୦ରୁ ଅଧିକ ଗାଁରେ ହାହାକାର ପରିସ୍ଥିତି ଲାଗିରହିଛି । ପ୍ରାୟ ୪୨୦୦୦ ଲୋକ ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି । ଅନ୍ୟପଟେ ଡ୍ୟାମ ଉପରେ ହମଲା ନେଇ ଋଷ-ୟୁକ୍ରେନ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି ।
Russian terrorists. The destruction of the Kakhovka hydroelectric power plant dam only confirms for the whole world that they must be expelled from every corner of Ukrainian land. Not a single meter should be left to them, because they use every meter for terror. It’s only… pic.twitter.com/ErBog1gRhH
— Володимир Зеленський (@ZelenskyyUa) June 6, 2023
ଉତ୍ତର ୟୁକ୍ରେନର ନାଇପର ନଦୀ ଉପରେ ଥିବା କାଖୋବକା ଡ୍ୟାମ୍ ଅଂଚଳ ଏବେ ଋଷ୍ କବଜାରେ ରହିଛି। ୟୁକ୍ରେନ ସେନା ଏହି ଡ୍ୟାମକୁ ବୋମା ପକାଇ ନଷ୍ଟ କରିଥିବା ଋଷ୍ ସେନା ଅଭିଯୋଗ କରିଛି । ଅନ୍ୟପଟେ, ୟୁକ୍ରେନର ନର୍ଥ କମାଣ୍ଡ ମୁଖ୍ୟ କହିଛନ୍ତି, ପ୍ରତିଶୋଧ ପରାୟଣ ହୋଇ ଋଷ୍ ସେନା ହିଁ ଡ୍ୟାମ୍ ହାମଲା କରିଥିଲା । ଫଳରେ ଏଭଳି ଭୟଙ୍କ ପରିସ୍ଥିତି ସୃଷ୍ଟି କରିଛି। ୟୁକ୍ରେନର ଯୁଦ୍ଧ ଭୁମିରେ ବନ୍ୟା ଭଳି ସ୍ଥିତି ସୃଷ୍ଟି କରିଛି ଋଷ୍। ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଜରୁରୀକାଳୀନ ବୈଠକ ଡାକି ଆଲୋଚନା କରିଛନ୍ତି। ପରିସ୍ଥିତିକୁ ମୁକାବିଲା ପାଇଁ ଋଣ ନୀତି ପ୍ରସ୍ତୁତ କରିଛି ୟୁକ୍ରେନ।

ନାଇପର ନଦୀ ଉପରେ ଥିବା କାଖୋବକା ଡ୍ୟାମର ଲମ୍ବ ପ୍ରାୟ ୩୦ ମିଟର ଆଉ ଏହା ସାଢେ ୩ କିଲୋମିଟର ପରିସରରେ ପରିବ୍ୟାପ୍ତ। ସୋଭିିଏତ ଋଷ୍ ବେଳେ ୧୯୫୬ ମସିହାରେ ଏହି ଡ୍ୟାମ ନିର୍ମାଣ ହୋଇଥିଲା। ଡ୍ୟାମଟି ବର୍ତ୍ତମାନ ଋଷ୍ କବଜାରେ ଥିବା କ୍ରିମିୟା ଓ ଜପୋରିଜିୟା ନ୍ୟୁକ୍ଲିୟର ପ୍ଲାଣ୍ଟକୁ ପାଣି ମଧ୍ୟ ସପ୍ଲାଏ ହେଉଛି। ତେବେ ଏହି ଡ୍ୟାମ୍ କାରଣରୁ ଏବେ ୟୁକ୍ରେନର ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ଫଳରେ ତଳୁଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ବଡ଼ ଚ୍ୟାଲେଞ୍ଜ ହୋଇଛି ।

ନାଇପର ନଦୀ ଉପରେ ଥିବା କାଖୋବକା ଡ୍ୟାମକୁ କିଏ ଧ୍ବଂସ କଲା, ତାକୁ ନେଇ ଋଷ୍ ଓ ୟୁକ୍ରେନ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି । କିଏ ଡ୍ୟାମ ଧ୍ବଂସ କଲା, ଏହାକୁ ମାନିବାକୁ କେହି ପ୍ରସ୍ତୁତ ନୁହଁନ୍ତି। ଏଭଳି ଘଟଣା ମଧ୍ୟ ଦ୍ବିତୀୟ ବିଶ୍ବ ଯୁଦ୍ଧ ବେଳେ ୧୯୪୧ରେ ଘଟିଥିଲା। ଜର୍ମାନର ନାଜୀ ଶାସକ ହିଟଲର ସେନାକୁ ରୋକିବା ଲାଗି ଏହି ଡ୍ୟାମକୁ ଧ୍ବଂସ କରି ଦେଇଥିଲା ସୋଭିଏତ୍ ଋଷ୍ । ଫଳରେ ଜର୍ମାନୀର ନାଜି ସେନା ସୋଭିଏତ୍ ଋଷ୍ ଅଂଚଳରେ ପଶି ପାରିନଥିଲା।
You Can Read :