ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ନାବାଳକକୁ ଅପହରଣ କରି ଅଧାରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

15/07/2022 at 11:25 PM

ପାଟଣାଗଡ଼ ୧୫/୦୭: ଜଣେ ୧୦ ବର୍ଷୀୟ ନାବାଳକୁ ଅପହରଣ କରାଯାଇଛି। ଏପରି ଘଟଣା ବଲାଙ୍ଗିର ଜିଲ୍ଲାର ଟିକ୍ରାପଡ଼ା ଥାନା ଅନ୍ତର୍ଗତ ଦେଓଗାଁରେ ଦେଖିବାକୁ ମିଳିଛି। ଅପହୃତ ନାବାଳକର ପରିଚୟ ଦେବଦତ୍ତ ପୁଟେଲ୍‌ ବୋଲି ଜଣା ପଡ଼ିଛି। ସେ ରାସ୍ତା ପାଖରେ ପିଜୁଳି ଖାଇବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଅପହରଣ କରିନେଇଛନ୍ତି। ଦୁର୍ବୃତ୍ତମାନେ ଦେବଦତ୍ତକୁ ନେବା ସମୟରେ ସେ ଚିତ୍କାର କରିବାରୁ ତାକୁ ସେମାନେ ରାସ୍ତାରେ ଫିଙ୍ଗିଦେଇ ଫେରାର ହୋଇ ଯାଇଛନ୍ତି। ସ୍ଥାନୀୟ ଲୋକମାନେ ତାକୁ ଉଦ୍ଧାର କରି ଖାଇବାପାଇଁ ଦେଇଥିଲେ।

ପରେ ତାକୁ ତାର ପରିଚୟ ପଚାରି ଥିଲେ ଓ ବେଳପଡ଼ା ଡାକ୍ତ ଖାନାକୁ ନେଇଥିଲେ। ଖବର ପାଇ ପରିବାର  ଲୋକ  ବେଳପଡା ଆସିଥିଲେ। ଥାନାରେ ପରିବାର ଲୋକ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଦେବଦତ୍ୟ  କହିବା ଅନୁସାରେ ଦୁଇ ଲୋକ ହିନ୍ଦୀ ଭାଷାରେ କଥା ହଉଥିଲେ। ଦେବଦତ୍ୟକୁ ବେଳପଡା ଡ଼ାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ପାଟଣାଗଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ଦେବଦତ୍ୟ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ଅଛି। ଏନେଇ ବେଳପଡ଼ା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

   Related Posts