ଝାରସୁଗୁଡ଼ା ନିର୍ବାଚନୀ ଫଳାଫଳକୁ ଅସିଦ୍ଧ ଘୋଷଣା କରାଯାଉ, ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଦୀପାଳି

Published By : Prameya-News7 Bureau | July 12, 2024 IST

ଝାରସୁଗୁଡ଼ା:  ୨୦୨୪ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା ଆସନରୁ ପରାଜିତ ଦୀପାଳି ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଝାରସୁଗୁଡା ନିର୍ବାଚନୀ ଫଳାଫଳକୁ ଚ୍ୟାଲେଞ୍ଜ କରି ଯାଚିକା ଦାୟର କରିଛନ୍ତି। ନିର୍ବାଚନ ଫଳାଫଳକୁ ଅସିଦ୍ଧ ଘୋଷଣା କରିବା ସହ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ଟଙ୍କଧର ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସେ ଅଭିଯୋଗ କରିଛନ୍ତି। 

ଏହା ପୂର୍ବରୁ ଦୀପାଳିଙ୍କ ଇଭିଏମ ଯାଞ୍ଚ ଆବେଦନକୁ ଭାରତୀୟ ନିର୍ବାଚନ ଆୟୋଗ ଗ୍ରହଣ କରିଥିଲେ। ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଟଙ୍କଧରଙ୍କୁ ୯୧ ହଜାର ୧୦୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଦୀପାଳିଙ୍କୁ ୮୯ ହଜାର ୭୭୨ ଭୋଟ୍ ମିଳିଥିଲା। ଏହିପରି ଟଙ୍କଧର ମାତ୍ର ୧୩୩୩ ଖଣ୍ଡରେ ଦୀପାଳିଙ୍କୁ ପରାସ୍ତ କରିଥିଲେ। ଏହା ପରେ ଦୀପାଳି ଝାରସୁଗୁଡ଼ାରେ ୧୩ଟି ବୁଥର ଇଭିଏମ ଓ ଭିଭିପାଟ୍‌ର ଯାଞ୍ଚ କରିବା ପାଇଁ ଇସିଆଇଙ୍କ ନିକଟରେ ଆବେଦନ କରିଥିଲେ। ଆଉ ଏବେ ଫଳାଫଳକୁ ଅସିଦ୍ଧ ଘୋଷଣା କରିବା ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଦିବଗନ୍ତ ନବ ଦାସଙ୍କ ଝିଅ। 

 

  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.