Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓଭାଲରେ ଭଲ ନାହିଁ ଭାରତୀୟ ଦଳର ରେକର୍ଡ, WTC ଫାଇନାଲ୍ ଜିତିବା ସହଜ ନୁହେଁ

2/06/2023 at 5:49 PM

ନୂଆଦିଲ୍ଲୀ: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ଜୁନ ୭ ତାରିଖରୁ ଲଣ୍ଡନର ଓଭାଲ ମଇଦାନରେ ଖେଳାଯିବ ଏହି ହାଇଭୋଲଟେଜ୍ ମୁକାବିଲା।  ଭାରତୀୟ ଦଳ ଟେଷ୍ଟ ମାନ୍ୟତାରେ ଶୀର୍ଷରେ ରହିଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ। ତେଣୁ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ହେବାର ସମ୍ଭାବନା ରହିଛି।

ଭାରତ ପାଇଁ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଜିତିବା ସହଜ ନୁହେଁ। ଏହି ଗ୍ରାଉଣ୍ଡରେ ଭାରତୀୟ ଦଳର ରେକର୍ଡ ଭଲ ନାହିଁ। ଭାରତ ଏହି ମଇଦାନରେ ମୋଟ୍ ୧୪ଟି ଟେଷ୍ଟ ଖେଳି ମାତ୍ର ୨ଟି ଜିତିଥିବା ବେଳେ ୫ଟି ହାରିଛି ଏବଂ ୭ଟି ମ୍ୟାଚ୍ ଡ୍ର ରହିଛି।

WTC Final Race: After beating Bangladesh 2-0, Check WHAT Indian Test Team  need to do vs Australia to qualify for WTC Finals? Follow LIVE

ଅଷ୍ଟ୍ରେଲିଆର ରେକର୍ଡ ବି ଭଲ ନାହିଁ

ଏହି ମଇଦାନରେ କଙ୍ଗାରୁ ଦଳର ରେକର୍ଡ ମଧ୍ୟ ସନ୍ତୋଷଜନକ ନୁହେଁ। ଦଳ ଏଠାରେ ୩୮ଟି ମ୍ୟାଚ୍ ଖେଳି ମାତ୍ର ୭ଟି ଜିତିଥିବା ବେଳେ ୧୭ଟିରେ ପରାଜୟର ସ୍ଵାଦ ଚାଖିଛି। ଭାରତ ଏବଂ ଅଷ୍ଟ୍ରେଲିଆ ଅଦ୍ୟାବଧି ୧୦୬ ଟି ଟେଷ୍ଟରେ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ୪୪ଟି ମ୍ୟାଚ୍ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଭାରତ ୩୨ଟି ମୁକାବିଲାରେ ବିଜୟର ସ୍ଵାଦ ଚାଖିଛି। ଆଉ ୨୯ଟି ମ୍ୟାଚ୍ ଡ୍ର ଏବଂ ଗୋଟିଏ ମୁକାବିଲା ଟାଇ ରହିଛି।

Can you read- WTC 2023 Finalରେ କେଉଁମାନେ ହୋଇପାରନ୍ତି ଟିମ୍ ଇଣ୍ଡିଆ ପାଇଁ ବିଜୟର ସାରଥି, ପଣ୍ଟିଂ କହିଲେ ନାଁ

ଭାରତୀୟ ଦଳ ପାଇଁ ଆଶ୍ଵସ୍ତିକର ଖବର ଯେ, ଦଳ  ଏହି ମଇଦାନରେ ନିଜର ଶେଷ ମ୍ୟାଚ୍ ଜିତିଥିଲା। ୨୦୨୧ ସେପ୍ଟେମ୍ବରରେ ଖେଳାଯାଇଥିବା ମୁକାବିଲାରେ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଦଳ ଘରୋଇ ଇଂଲଣ୍ଡକୁ ୧୫୭ ରନରେ  ହରାଇଥିଲା। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ୧୨୭ ରନର ଶତକୀୟ ଇନିଂସ ଖେଳିଥିଲେ ଏବଂ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଭାରତ ଶେଷ ଥର ୨୦୧୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଥିଲା। ଏହା ପରଠୁ ଦଳ ଆଉ ଆଇସିସି ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଜିତି ପାରିନାହିଁ।

ICC announces WTC final date and venue ahead of India vs Australia Tests |  Cricket - Hindustan Times

ଭାରତୀୟ ଦଳକୁ ୨୦୧୪ ଟି-୨୦ ବିଶ୍ଵକପ୍‌ ଫାଇନାଲ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ପୁଣି ଦିନିକିଆ ବିଶ୍ଵକପ୍(୨୦୧୫) ଏବଂ ଟି-୨୦ ବିଶ୍ଵକପ୍‌(୨୦୧୬)ର ସେମି ଫାଇନାଲ୍‌ରେ ମଧ୍ୟ ଭାରତ ପରାଜିତ ହୋଇଥିଲା। ଚାମ୍ପିଅନ୍ସ ଟ୍ରଫି(୨୦୧୭), ବିଶ୍ଵକପ୍(୨୦୧୯) ଏବଂ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ(୨୦୨୧)ରେ ମଧ୍ୟ ଭାରତକୁ ଏମିତି ସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ଏହା ବ୍ୟତୀତ ୨୦୨୧ ଏବଂ ୨୦୨୨ର ଟି-୨୦ ବିଶ୍ଵକପ୍‌ରେ ଭାରତର ପ୍ରଦର୍ଶନ ନିରାଶଜନକ ରହିଥିଲା।

Can you read- WTC ପୂର୍ବରୁ କିଙ୍ଗ କୋହଲିଙ୍କଠାରୁ ଟିପ୍ସ ନେଲେ ଜୈସଓ୍ୱାଲ୍,ଅଭ୍ୟାସ ସମୟର ଭିଡିଓ ଭାଇରାଲ୍….

   Related Posts