ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ପଛରେ ରହିଛି ଏହି ମହାନ ଭାରତୀୟ ବୈଜ୍ଞାନିକଙ୍କ ହାତ, ଦେଶରେ ରସାୟନ ବିଜ୍ଞାନର ଜନକ ଭାବେ ସେ ପରିଚିତ

Published By : Prameya-News7 Bureau | April 10, 2020 IST

କୋଲକାତା, ୧୦|୦୪:   ଗତ କିଛିଦିନ ଧରି କରୋନା ଭାଇରସ ବିରୋଧୀ ଲଢେଇରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଏକ ବଡ ଅସ୍ତ୍ର ଭାବେ ଉଭା ହୋଇଛି । ଭାରତ ଏହି ଔଷଧର ଉତ୍ପାଦନ କରୁଥିବା ଏକ ବଡ ଦେଶ ଅଟେ । ଏହାର ରପ୍ତାନୀ ଉପରେ ସରକାର କଟକଣା ଲାଗୁ କରିଥିଲେ । କିନ୍ତୁ କରୋନା ଭାଇରସ ସଙ୍କଟରେ ଅନ୍ୟ ଦେଶକୁ ସହାୟତା ପାଇଁ ଏହା ଉପରୁ ସମସ୍ତ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଦେଶରେ ଏହି ଔଷଧ ପ୍ରସ୍ତୁତ କରୁଥିବା ସବୁଠାରୁ ବଡ କମ୍ପାନୀ ହେଉଛି ବଙ୍ଗାଲ କେମିକାଲ୍ସ ଆଣ୍ଡ୍ ଫାରାସ୍ୟୁଟିକାଲ୍ସ୍ ଲିମିଟେଡ । ଏହା ଆଜିଠାରୁ ୧୧୯ ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇଥିଲା । ଏହାକୁ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାଏ ପ୍ରତିଷ୍ଠା କରିଥିଲେ । ଯାହାଙ୍କୁ ଭାରତୀୟ ରସାୟନ ବିଜ୍ଞାନର ଜନକ ବୋଲି କୁହାଯାଏ । ଗତ କିଛିଦିନ ଧରି ଏହି କମ୍ପାନୀ ମ୍ୟାଲେରିଆ ପାଇଁ କାମରେ ଆସୁଥିବା ଏହି ଔଷଧକୁ ପ୍ରସ୍ତୁତ କରୁନାହିଁ ।

ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାଏ ଭାରତୀୟ ଫାର୍ମାସ୍ୟୁଟିକାଲ୍ସ ଉଦ୍ୟୋଗର ଜନକ ଭାବେ ଜଣାଶୁଣା । ସେ ଅଗଷ୍ଟ ୨, ୧୮୬୧ରେ ପଶ୍ଚିମବଙ୍ଗର ଖୁଲନା ଜିଲ୍ଲାର ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ହରିଶଚନ୍ଦ୍ର ରାଏ ପାରସୀ ବିଦ୍ୱାନ ଥିଲେ । ପିତାଙ୍କ ସ୍କୁଲରେ ହିଁ ପ୍ରଫୁଲ୍ଲ ଚନ୍ଦ୍ର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ସେ ମାତ୍ର ୧୨ ବର୍ଷ ବୟସରୁ ବିଭିନ୍ନ ବୈଜ୍ଞାନିକଙ୍କ ଆତ୍ମଜୀବନୀ ପଢିବା ଆରମ୍ଭ କରିଦେଇଥିଲେ । ସେ ୧୮୮୮୨ରେ ଛାତ୍ରବୃତ୍ତି ପାଇ ବିଦେଶକୁ ପଢିବାକୁ ଯାଇଥିଲେ । ୧୮୮୭-୮୮ରେ ତାଙ୍କୁ ଆଡିନବରା ୟୁନିଭର୍ସିଟିର ରସାୟନ ବିଜ୍ଞାନ ବିଭାଗର ଉପାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା ।ସେଠାରେ ସେ ଭାରତୀୟ ପୋଷାକ ପିନ୍ଧୁଥିଲେ । କରାଣ ଭାରତ ପ୍ରତି ତାଙ୍କର ଭଲ ପାଇବା ରହିଥିଲା । ଏହାପରେ ସେ ରସାୟନ ବିଜ୍ଞାନର ପ୍ରଫେସର ହୋଇଥିଲେ । ତାଙ୍କ ରାଷ୍ଟ୍ରବାଦୀ ଚିନ୍ତାଧାରା ବିଭିନ୍ନ ଖବର କାଗଜରେ ପ୍ରକାଶ ପାଉଥିଲା।

{"id":252008,"width":751,"height":751,"sizeSlug":"large"}

୧୮୯୪ରେ ସେ ଗବେଷଣା ଆରମ୍ଭ କରିଥିଲେ । ସେ ମରକ୍ୟୁରିକ୍ ନାଇଟ୍ରେକୁ ଲ୍ୟାବରେ ପ୍ରସ୍ତୁତ କରିଥିଲେ । ନିଜ ଅସାଧାରଣ କାର୍ଯ୍ୟ ପାଇଁ ସେ ସାରା ବିଶ୍ୱରେ ପରିଚିତ ହେବାକୁ ଲାଗିଲେ । ସେ ପଶୁଙ୍କ ହାଡକୁ ଜାଳି ସେଥିରୁ ଫସଫେଟ୍ ଓ କ୍ୟାଲସିୟମ ଆଣ୍ଟିବଡିର ବିକାଶ କରୁଥିଲେ । ନିଜ ଆୟର ଅଧିକାଂଶ ଭାଗ ସେ ଗଗବେଷଣାରେ ଲଗାଉଥିଲେ । ସେତେବେଳେ ଭାରତ ଔଷଧ ପାଇଁ ବିଦେଶ ଉପରେ ନିର୍ଭର କରୁଥିଲା । ମେଘନାଥ ଶାହା ଓ ଶାନ୍ତି ସ୍ୱରୂପ ଭଟନାଗରଙ୍କ ଭଳି ବୈଜ୍ଞାନିକ ତାଙ୍କ ଛାତ୍ର ଥିଲେ । ସେ ମାତ୍ର ୮୦୦ ଟଙ୍କାରେ ଭାରତରେ ପ୍ରଥମେ ୧୯୦୧ ମସିହାରେ ରସାୟନ କାରଖାନା ସ୍ଥାପନା କରିଥିଲେ । ଆଜି ବଙ୍ଗାଲ କେମିକାଲ୍ସ ୧୦୦ ବର୍ଷ ଧରି ଦେଶବାସୀଙ୍କୁ ସେବା ଯୋଗାଇ ଆସୁଛି ।

କ୍ଲୋରୋକ୍ୱିନ ବହୁତ ପୁରୁଣା ଓ ଏକ ଭଲ ଔଷଧ ଅଟେ । ଏଥିରେ ମାଲେରିଆ ଭଳି ରୋଗ ଭଲ ହୋଇଥାଏ । ଏକ ଅଧ୍ୟୟନରୁ ଏହି ଔଷଧ କରୋନା ଭାଇରସ ସହ ଲଢିବା ପାଇଁ ସକ୍ଷମ ବୋଲି ଜଣାପଡିଛି । ତେବେ ଏହା ଉପରେ ଗବେଷଣା ଚାଲିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଭାରତରେ ପ୍ରତିମାସରେ ପ୍ରାୟ ୨୦ ଲକ୍ଷ ଟାବଲେଟ୍ ଆବଶ୍ୟକ ହୋଇଥାଏ । ଅର୍ଥାତ ବର୍ଷକୁ ୨ କୋଟି ୪୦ ଲକ୍ଷ ଟାବଲେଟ୍ । ପ୍ରତିବର୍ଷ ଦେଶରେ ୨୦ କୋଟି ଟାବଲେଟ୍ ପ୍ରସ୍ତୁତ ହୁଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.