ବାଲିଯାତ୍ରରେ ମନ ଜିଣିଲା ଭାରତୀୟ ନୌସେନାର ବ୍ୟାଣ୍ଡ୍‌, ପରିବେଷଣ କଲେ ଚିତ୍ତାକର୍ଷକ ଧୂନ୍‌

Published By : Prameya-News7 Bureau | November 08, 2022 IST

କଟକ,୦୮/୧୧: ବାଲିଯାତ୍ରରେ ଏଥର ସାଧାରଣ ଲୋକଙ୍କ ମନ ଜିଣିଛି ଭାରତୀୟ ନୌସେନାର ବ୍ୟାଣ୍ଡ । ଆଇଏନଏସ ଚିଲିକାରୁ ଆସିଥିବା ଏହି ଟିମ୍‌ ଉଦ୍‌ଘାଟନୀ ଉତ୍ସବରେ ଚିତ୍ତାକର୍ଷକ ଧୂନ୍‌ ପରିବେଷଣ କରିଛନ୍ତି । ପ୍ରଥମ ଥର ପାଇଁ ବାଲିଯାତ୍ରାରେ ନୌସେନାର ସହାଭାଗିତା ଦେଖିବାକୁ ମିଳିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଏବଂ ଏହାର ଗୌରବମୟ ଇତିହାସ ବାବଦରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନଵ ପ୍ରୟାସ କରାଯାଇଛି । ଚଳିତ ବାଲିଯାତ୍ରାରେ ଲେଜର ସୋ, ସ୍ୟାଣ୍ଡ ଆର୍ଟ, କଟକ ଇନ କଟକ, ନୌକା ବିହାର ଭଳି ନିଆରା ଦୃଶ୍ୟମାନ ଦେଖିବାକୁ ମିଳିବ । ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ଲାଗି ସବୁ ପ୍ରକାରର ଚେଷ୍ଟା ଜାରି ରହିଛି ବୋଲି କଟକ ମେୟର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.