Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

WTC FINALରେ କଳା ପଟି ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତ ଏବଂ ଅଷ୍ଟ୍ରେଲିଆ ଖେଳାଳି, ଟ୍ରେନ ଦୁର୍ଘଟଣା ପୀଡିତଙ୍କ ପାଇଁ ଜଣାଇଲେ ସମବେଦନା

7/06/2023 at 4:13 PM

ନୂଆଦିଲ୍ଲୀ: ଆଇସିସି ୱାର୍ଲଡ ଟେଷ୍ଟା ଚାମ୍ପିୟନଶିପ ଫାଇନାଲ ପାଇଁ ଲଢେଇ ଆରମ୍ଭ ହୋଇଯାଇଛି । ଲଣ୍ଡନର ଓଭାଲ ମୈଦାନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ବିଗ୍ ଫାଇଟ୍ । ଟାଇଟଲ ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଭାରତ । ତେବେ ବୁଧବାର ଉଭୟ ଟିମର ଖେଳାଳି କଳା ପଟି ପିନ୍ଧି ଖେଳୁଛନ୍ତି । ଓଡ଼ିଶାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ପୀଡିତଙ୍କ ପ୍ରତି ସମବେଦନା ବ୍ୟକ୍ତି କରିବା ପାଇଁ କଳା ବ୍ୟାଚ୍ ପିନ୍ଧିଛନ୍ତି ।

ବିସିସିଆଇ ମଧ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ବିସିସିଆଇ କହିଛି, ‘ଡବ୍ଲୁଟିସି ଫାଇନାଲର ପ୍ରଥମ ଦିନ ଖେଳା ଆରମ୍ଭ ପୂର୍ବରୁ ଓଡ଼ିଶା ଟ୍ରେନ ଟ୍ରାଜେଡିର ପୀଡିତଙ୍କ ସ୍ମୃତିରେ ଭାରତୀୟ କ୍ରିକେଟ ଟିମ୍ ନୀରବ ପ୍ରାର୍ଥନା କରିଛି । ଦୁର୍ଘଟଣାରେ ମୃତକଙ୍କ ପରି ଶୋକ ବ୍ୟକ୍ତ କରିବା ସହ ଯେଉଁ ପରିବାର ଏବଂ ସମ୍ପର୍କୀୟ ନିଜ ଲୋକଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି । ଏହି ଦୁଃଖର ସମୟରେ ପୀଡିତଙ୍କ ସହ ଠିଆ ହେବା, ଟିମ୍ ଇଣ୍ଡିଆ ଆର୍ମବ୍ୟାଣ୍ଡ ପିନ୍ଧିବ’।

ଭାରତୀୟ ଦଳ-:ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେ.ଏସ୍‌. ଭରତ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ।

ଅଷ୍ଟ୍ରେଲିଆ ଦଳ-: ଡେଭିଡ୍‌ ଓ୍ୱାର୍ଣ୍ଣର, ଉସମାନ ଖ୍ୱାଜା, ମାରନସ ଲାବୁସେନ, ଷ୍ଟିଭ୍‌ ସ୍ମିଥ୍‌, ଟ୍ରାଭିସ୍‌ ହେଡ୍‌, କ୍ୟାମେରୁନ୍‌ ଗ୍ରୀନ୍‌, ଆଲେକ୍ସ କ୍ୟାରି, ପ୍ୟାଟ୍‌ କମିନ୍ସ, ମିଚେଲ୍‌ ଷ୍ଟାର୍କ, ନାଥନ ଲାୟନ, ଷ୍ଟକ ବୋଲାଣ୍ଡ ।

Also Read: WTC Final : ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ କଙ୍ଗାରୁ ଟିମ୍‌

   Related Posts