ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା, ସାମିଲ୍‌ ହେବେ ୯୭ଟି ତେଜସ ବିମାନ ଏବଂ ୧୫୬ ପ୍ରଚଣ୍ଡ ହେଲିକପ୍ଟର

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା। ବଢ଼ିବ ଭାରତୀୟ ସେନାର ଶକ୍ତି। ଭାରତରେ ସୈନ୍ୟ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ। ପ୍ରତିରକ୍ଷା ବୋର୍ଡ ୯୭ଟି ଅତିରିକ୍ତ ତେଜସ ବିମାନ ଏବଂ ୧୫୬ ପ୍ରଚଣ୍ଡ ଲଢ଼ୁଆ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ଦେଇଛି। ଉଭୟ ବିମାନ ସ୍ବଦେଶୀ ଭାବ​‌ରେ ବିକଶିତ ହୋଇଛନ୍ତି ଏବଂ ଏହି ଡିଲ୍‌ର ଦାମ୍ ପ୍ରାୟ ୧.୧ ଲକ୍ଷ କୋଟି ଟଙ୍କା ରହିଛି।

ତେଜସ ମାର୍କ ୧-ଏ ଲଢ଼ୁଆ ବିମାନକୁ ଭାରତୀୟ ବାୟୁ ସେନା ପାଇଁ ଏବଂ ହେଲିକପ୍ଟରଙ୍କୁ ବାୟୁ ସେନା ସହ ସ୍ଥଳ ସେନା ପାଇଁ ମଧ୍ୟ କିଣାଯାଉଛି। ଖାଲି ସେତିକି ନୁହେଁ ପ୍ରତିରକ୍ଷା କ୍ରୟ ପରିଷଦ ଆଉ କିଛି ଡିଲ୍‌କୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଆଉ ସମୁଦାୟ ୨ ଲକ୍ଷ କୋଟି କୋଟି ଟଙ୍କା ହେବାର ଅନୁମାନ ରହିଛି। ଏହି ଡିଲ୍‌କୁ ମଞ୍ଜୁରୀ ମିଳିବା ସହ ଏହା ଭାରତ ଇତିହାସରେ ସ୍ବଦେଶୀ ନିର୍ମାତାଙ୍କୁ ମିଳିଥିବା ସବୁଠୁ ବଡ଼ ଅର୍ଡର ହେବ।

ଆହୁରି ପଢ଼ନ୍ତୁ: ସମୁଦ୍ରରେ ଭାରତର ବଢିବ ଶକ୍ତି, ନୌସେନାକୁ ମିଳିବ ଆଉ ଏକ ବିମାନବାହକ ପୋତ

ଅତିରିକ୍ତ ବିମାନ ସହ ଭାରତୀୟ ବାୟୁସେନା ଦ୍ବାରା କିଣାଯାଇଥିବା ସ୍ବଦେଶୀ ଭାବରେ ବିକଶିତ ତେଜସ ବିମାନର ସଂଖ୍ୟା ୧୮୦ ହୋଇଯିବ। ୨୦୨୧ ଫେବ୍ରୁଆରୀରେ ପ୍ରତିରକ୍ଷା ମନ୍ତ୍ରାଳୟ ଭାରତୀୟ ବାୟୁସେନା ପାଇଁ ୮୩ ତେଜସ ଏମକେ-୧ ଏ ବିମାନ କିଣିବା ପାଇଁ ସରକାର ହାଲ ସହ ୪୮ ହଜାର କୋଟି ଟଙ୍କାର ଡିଲ୍‌ କରିଥିଲେ।

ଏହା ବ୍ୟତୀତ ଭାରତ ସରକାର ପ୍ରାୟ ୪୦ ହଜାର କୋଟି ଟଙ୍କାର ମୂଲ୍ୟରେ ଅନ୍ୟ ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ନିର୍ମାଣ ପାଇଁ ଭାରତୀୟ ନୌସେନାର ପ୍ରସ୍ତାବ ଉପରେ ସକାରାତ୍ମକ ଭାବରେ ବିଚାର କରିବା ପାଇଁ ପ୍ରସ୍ତୁତ। ଏହା ଏକ ବଡ଼ ପଦକ୍ଷେପ ଯାହା ଭାରତ ମହାସାଗର କ୍ଷେତ୍ରରେ ଚୀନ୍‌ର ବଢ଼ୁଥିବା କାର୍ଯ୍ୟକଳାପ ଫଳରେ ଉତ୍ପନ୍ନ ହୋଇଥିବା ଚିନ୍ତା ପରେ ଆସିଛି।

ଆହୁରି ପଢ଼ନ୍ତୁ: ସେନାର ବଢିବ ଶକ୍ତି, ୧୪୦ ହେଲିକପ୍ଟର କିଣିବା ପ୍ରସ୍ତାବକୁ ଖୁବଶୀଘ୍ର ମିଳିବ ମଞ୍ଜୁରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.