ବିଗ୍ ବଜେଟ୍ ଫିଲ୍ମରେ ବାହାରିଲେ ଭିକି, କଣ ଅଭିନେତାଙ୍କ ଉପରେ ମେକର୍ସଙ୍କର ନାହିଁ ଭରସା ?
22/01/2023 at 10:52 AM

ମୁମ୍ଵାଇ ୨୨।୦୧: ଭିକିଙ୍କ ଷ୍ଟାର ଫିଲ୍ମ ‘ଅମର ଅଶ୍ୱତଥାମା’ର ପୋଷ୍ଟର ଜାନୁୟାରୀ ୨୦୨୧ରେ ମୁକ୍ତିଲାଭ କରିଥିଲା । କିନ୍ତୁ ଏହା ଆଗକୁ ସେତେ ବଢିପାରିଲା ନାହିଁ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଆଦିତ୍ୟ ଧର । ଯିଏକି ଭିକିଙ୍କ ସହ ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ରେ କାମ କରିଥିଲେ। ଦୁହେଁ ଏକାଠି ହେବା ଧମାଲ କରିଥିଲେ। କିନ୍ତୁ ବର୍ତ୍ତମାନ ଫିଲ୍ମକୁ ନେଇ ବଡ ଅପଡେଟ୍ ସାମ୍ନାକୁ ଆସିଛି । ପ୍ରକାଶ ଯେ, ଭିକି ଏହି ଫିଲ୍ମରୁ ବାଦ୍ ହୋଇଛନ୍ତି। ତାଙ୍କୁ ସ୍ଥାନରେ ଅନ୍ୟ ଅଭିନେତାଙ୍କୁ ଅଣାଯିବା ପାଇଁ ଖୋଜା ଚାଲିଛି । ଏହାପୂର୍ବରୁ ନିର୍ମାତା ରୋନି ସ୍କ୍ରୁଭାଲା ଏହି ଫିଲ୍ମରୁ ବାଦ ପଡିଥିଲେ ଯାହା ପରେ ଜିଓ ଷ୍ଟୁଡିଓ ଏହି ଫିଲ୍ମ ନିର୍ମାଣ କରୁଛି।
ଏହି ବଡ ବଜେଟ୍ ଚଳଚ୍ଚିତ୍ର ଭିକିଙ୍କ ହାତରୁ ଚାଲିଯାଇଛି। ଇଟାଇମ୍ସର ରିପୋର୍ଟ ଅନୁଯାୟୀ, ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ମଧ୍ୟରେ କାଷ୍ଟକୁ ନେଇ ବିବାଦ ଲାଗି ରହିଛି। ଆଦିତ୍ୟ ଭିକିଙ୍କୁ ଏହି ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଛନ୍ତି କିନ୍ତୁ ଜିଓ ଷ୍ଟୁଡିଓ ତାଙ୍କୁ ଏତେ ବଡ ବଜେଟ୍ ଫିଲ୍ମ ପାଇଁ ବିଶ୍ଵାସ କରୁନାହିଁ। ଖବର ହେଉଛି ଭିକି ଫିଲ୍ମରୁ ଆଉଟ୍ ହୋଇଯାଇଛନ୍ତି। ଜିଓ ଷ୍ଟୁଡିଓ ବର୍ତ୍ତମାନ ତାଙ୍କୁ ବଦଳରେ ଏକ ନୂଆ ଅଭିନେତା ଖୋଜୁଛି । ସୂତ୍ରରୁ ପ୍ରକାଶ ଯେ ଏହି ଚଳଚ୍ଚିତ୍ର ଆଦିତ୍ୟଙ୍କ ପାଇଁ ଏକ ସ୍ୱପ୍ନ। ଏହି ପ୍ରୋଜେକ୍ଟ କରିବାକୁ ଜିଓ ଷ୍ଟୁଡିଓ ସହିତ ଜଡିତ ହେବା ବ୍ୟତୀତ ତାଙ୍କର ଅନ୍ୟ କୌଣସି ବିକଳ୍ପ ନାହିଁ ।
ଏକ ସୋର୍ସରୁ ଜଣାପଡିଛି କି, ‘ଏହା ଏକ ଭଲ କାହାଣୀ। ଜିଓଙ୍କ ସହଯୋଗରେ, ଜିନିଷଗୁଡିକ ସଠିକ୍ ଭାବରେ କରାଯିବା ଉଚିତ୍ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ସାମନ୍ଥା ଅଛନ୍ତି। ଜିଓ ଷ୍ଟୁଡିଓରେ ତାଙ୍କ ନାମରେ କୌଣସି ଅସୁବିଧା ନାହିଁ । ସାମନ୍ତଙ୍କ ପୂର୍ବରୁ ସାରା ଅଲି ଖାନଙ୍କ ନାମ ଏହି ଫିଲ୍ମ ସହିତ ଜଡିତ ଥିଲା। ଏଭଳି ପରିସ୍ଥିତିରେ ସାମନ୍ଥା ଫିଲ୍ମ ପାଇଁ ଫାଇନାଲ ବୋଲି କୁହାଯାଇଛି।