ବିକ୍ରି ହେବାକୁ ଯାଉଛି ଦୁନିଆର ପ୍ରଥମ ଇଲେକ୍ଟ୍ରିକ୍ ଫ୍ଲାଇଙ୍ଗ ବୋଟ୍, ଜାଣନ୍ତୁ ଏହା ଦାମ୍‌ କେତେ ?

Published By : Prameya-News7 Bureau | May 11, 2024 IST

ନୂଆଦିଲ୍ଲୀ ୧୧।୦୫: ବିଶ୍ୱର ପ୍ରଥମ ବ୍ୟାଟେରୀ ଚାଳିତ ଫ୍ଲାଇଙ୍ଗ ବୋଟ୍ । ୨୦୨୩ରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ହୋଇଥିଲା ଲଞ୍ଚ । ବର୍ତ୍ତମାନ ବିକ୍ରି ପାଇଁ ପ୍ରସ୍ତୁତ । ବ୍ୟାଟେରୀ ଚାଳିତ ଡଙ୍ଗାର ନାଁ ଆଇକନ୍ । ଏହା ଏକ ପରିବେଶ ଅନୁକୁଳ ଇଲେକ୍ଟିକ୍ ବୋଟ୍ । ଯାହା ନିର୍ଗମନ ମୁକ୍ତ ଅଟେ ।

ଏହାକୁ ବିଏମଡବ୍ଲୁ ଏବଂ ବୋଟ୍ ଉତ୍ପାଦନକାରୀ ଟାଇଡ ଦ୍ୱାରା ମିଳିତ ଭାବେ ନିର୍ମାଣ କରାଯାଇଛି । ଯିଏକି ସ୍ପିଡ୍ ମାମଲାରେ ସମସ୍ତ ଜାହାଜକୁ ପଛରେ ପକାଇଛି । ଆଇକନ୍ ବିକ୍ରି ପାଇଁ ଉପଲବ୍ଧ । ଯାହାର ମୂଲ୍ୟ ୨୨ କୋଟିରୁ ଅଧିକ ଟଙ୍କା ରଖାଯାଇଛି । ଏହାକୁ ବିଶ୍ୱର ପ୍ରଥମ ଉଚ୍ଚ କ୍ଷମତା ସମ୍ପନ୍ନ ବୋଟ୍ ଭାବେ ଡିଜାଇନ୍ କରାଯାଇଛି । 

ଇଲେକ୍ଟ୍ରିକ୍ ବୋଟ୍ ସାଧାରଣତଃ ଛୋଟ ଏବଂ ଧୀର ହେଉଥିଲା ଏବଂ ଏହା ସ୍ୱଳ୍ପ ଦୂରତା ଅତିକ୍ରମ କରିପାରୁଥିଲା । କିନ୍ତୁ ଆଇକନ୍ ବହୁତ ଦ୍ରୁତ ବେଗରେ ଦୀର୍ଘ ଦୂରତା ଅତିକ୍ରମ କରିପାରିବ । ଆଇକନ୍ ପାଣିରେ ପାଖାପାଖି ୧ ମିଟର ଦୂରତାରେ ଯାଏଁ ଭାସିଥାଏ ଏବଂ ବିନା କୌଣସି ତରଙ୍ଗରେ ଏହା ଆରାମଦାୟକ ଯାତ୍ରା ପ୍ରଦାନ କରିଥାଏ । 

ଏହା ଏକ ବିଳାସପୂର୍ଣ୍ଣ ବୋଟ୍ ।  ଯେଉଁଥିରେ ଅନେକ ସୁବିଧା ଯୋଗାଇ ଦିଆଯାଇଛି । ଦ ଆଇକନରେ ବହୁ ସଂଖ୍ୟାରେ ୱିଣ୍ଡୋ ଏବଂ ଲାଇଟ୍ ସଂଖ୍ୟା ରଖାଯାଇଛି । ଯାହା ଦ୍ବାରା ଯାତ୍ରୀମାନେ ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.