Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ସ୍ତ୍ରୀକୁ କଟୁରିରେ ଆକ୍ରମଣକରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

7/10/2022 at 11:51 PM

ଜଳେଶ୍ୱର ୦୭/୧୦: ପାରିବାରିକ ସମସ୍ୟାକୁ ନେଇ କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ହାଣିଲା ସ୍ବାମୀ। ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। କଟୁରି ଧରି ଥାନାରେ ଆତ୍ମ ସମର୍ପଣ କଲା ସ୍ୱାମୀ। ଖବର ଅନୁସାରେ ବାଲିଆପାଳ ଥାନା ହାସିମପୁର ଗାଁର ପୂର୍ଣ୍ଣଚନ୍ଦ୍ର ସାହୁ ସିଂଲା ଥାନା ଅନ୍ତର୍ଗତ ନହଞ୍ଜରା ଗାଁର ଜୟନ୍ତୀ ପ୍ରଧାନଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ପରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଫଳରେ ସ୍ତ୍ରୀ ଜୟନ୍ତୀ ସ୍ବାମୀଙ୍କ ପାଖେ ନରହି ବାପଘରେ ରହିବା ସହିତ ସିଂଲା ଥାନା ଆଗରେ କ୍ରୀଷ୍ଣା ନାମକ ଏକ ବିୟୁଟି ପାର୍ଲର କରିଥିଲେ।

ଏହି ଘଟଣାକୁ ନେଇ ପୂର୍ବରୁ ମଧ୍ୟ ଉଭୟ ବାଲିଆପାଳ ଏବଂ ସିଂଲା ଥାନାରେ ପୃଥକ ପୃଥକ ମାମଲା ରହିଛି। ଶୁକ୍ରବାର ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଏକ କଟୁରୀ ଧରି ବିୟୁଟି ପାର୍ଲର ପହଞ୍ଚି ଜୟନ୍ତୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପରେସେ କଟୁରୀ ସହିତ ସିଂଲା ଥାନାରେ ଆତ୍ମସମର୍ପଣ କରିଥିଲେ। ସ୍ଥାନୀୟ ଲୋକେ ଗୁରୁତର ଜୟନ୍ତୀଙ୍କୁ ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୋଲିସ ଏବେ ଏହି ଘଟଣାରେ ଅଧିକ ଛାନ୍‌ଭିନ୍‌ ଚଳାଇଛି।  ଅନ୍ୟପଟେ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ସବୁବେଳେ ମଦ ପିଇ ଜୟନ୍ତୀଙ୍କୁ ମାରଧର କରିବା କରୁଥିଲେ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି ।

   Related Posts