Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ପତ୍ନୀକୁ ୫ ଖଣ୍ଡ କରି ଖୋଲା ପାଣି ଟାଙ୍କିରେ ଭର୍ତ୍ତି କରି ଦେଲା ସ୍ଵାମୀ, ୨ ମାସ ପର୍ଯ୍ୟନ୍ତ କେହି ଟେର ପାଇଲେନି

7/03/2023 at 6:02 PM

ରାୟପୁର: ପତ୍ନୀକୁ ହତ୍ୟା କରିବା ପରେ ଶବକୁ ପାଞ୍ଚ ଖଣ୍ଡ କରି ପାଣି ଟାଙ୍କିରେ ଲୁଚାଇବା ପରି ଚାଞ୍ଚଲ୍ୟକର ଘଟଣା ଛତିଶଗଡ଼ର ବିଳାସପୁର ଜିଲ୍ଲାରୁ ସାମ୍ନାକୁ ଆସିଛି। ପୋଲିସ ମାମଲାରେ ଛାନଭିନ କରି ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି। ମୃତକ ହେଉଛନ୍ତି ସତୀ ସାହୁ(୨୮)। ଅଭିଯୁକ୍ତ ସ୍ଵାମୀ ହେଉଛି ୩୧  ବର୍ଷୀୟ ପବନ ସିଂ ଠାକୁର। ପୋଲିସ୍ ପାଣି ଟାଙ୍କିରୁ ପଲିଥିନରେ ଗୋଡେଇ ହୋଇ ରହିଥିବା ସତୀଙ୍କ ମୃତଦେହର ପାଞ୍ଚ ଖଣ୍ଡ ଜବତ କରିଛି।

ବିଳାସପୁର ଜିଲ୍ଲାର ପୋଲିସ୍ ଅଧୀକ୍ଷକ ସନ୍ତୋଷ ସିଂ କହିଛନ୍ତି, ସକରୀ ଥାନା ଅନ୍ତର୍ଗତ ଉସଲାପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ସିଂ କହିଛନ୍ତି, ରବିବାର ଆଣ୍ଟି କ୍ରାଇମ୍ ଏବଂ ସାଇବର ୟୁନିଟ୍‌ର ଦଳ ଉସଲାପୁର ଅଞ୍ଚଳରେ ପବନ ସିଂ ଠାକୁରଙ୍କ ଘରେ ନକଲି ନୋଟ୍ ଛପା ଯାଉଥିବାର ସୂଚନା ମିଳିଥିଲା। ଏହା ପରେ ପୋଲିସ୍ ଠାକୁରଙ୍କ ଘରେ ଚଢାଉ କରି ଛାନଭିନ ଚଳାଇଥିଲା। ଏହି ସମୟରେ ନକଲି ନୋଟ୍ ଏବଂ ମେସିନ ଜବତ କରାଯାଇଥିଲା। ତେବେ ସର୍ଚ୍ଚ ଅପରେସନ ସମୟରେ ପୋଲିସ ଦୁର୍ଗନ୍ଧ ବାସ୍ନା ବାରି ପାରିଥିଲା। ପୋଲିସ୍  ଘରର ତଲାସି ନେବାରୁ ବାଥରୁମରେ ଲାଗିଥିବା ଏକ କୋଠରୀରୁ ଧଳା ରଙ୍ଗର ଏକ ଖାଲି ପାଣି ଟାଙ୍କି  ଦେଖିବାକୁ ପାଇଥିଲା। ଟାଙ୍କିର ଢାକୁଣୀ  ହଟାଇବା ମାତ୍ରେ ଭିତରୁ ପାଞ୍ଚଟି ପଲିଥିନରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ଶବ ମିଳିଥିଲା।

Man chops wife into pieces, stuffs them in five plastic bags in Chhattisgarh's Bilaspur

ଜେରା ସମୟରେ କ୍ଷତ ବିକ୍ଷତ ଶବ ପତ୍ନୀର ବୋଲି ସ୍ଵୀକାର କରିଛି ଅଭିଯୁକ୍ତ ସ୍ଵାମୀ। ଗତ ଜାନୁଆରୀ ସକାଳ ପ୍ରାୟ ୬ଟାରେ ଠାକୁର ନିଜ ପତ୍ନୀର ତଣ୍ଟି ଚିପି  ହତ୍ୟା କରିଥିଲା। ଏହା ପରେ ଶବକୁ ଲୁଚାଇବା ପାଇଁ ବଜାରରୁ ଏକ ଟାଙ୍କି ଏବଂ କଟର ମେସିନ କିଣି ଆଣିଥିଲା। ହାତ ଗୋଡ କାଟି ଏହାକୁ ଜାଳିବାକୁ ଉଦ୍ୟମ କରିଥିଲା। ପରେ ମାଂସ ଜଳିବାରୁ ସେଥିରୁ ଦୁର୍ଗନ୍ଧ ବାହାରିଥିଲା। ତେଣୁ ଶବକୁ ପାଞ୍ଚ ଖଣ୍ଡ କରିଥିଲା ଅଭିଯୁକ୍ତ ସ୍ଵାମୀ। ଶବ ଖଣ୍ଡକୁ ପଲିଥିନରେ ଗୋଡାଇ ଟାଙ୍କିରେ ଲୁଚାଇ ଦେଇଥିଲା। ଶବକୁ ଅନ୍ୟତ୍ର ଫିଙ୍ଗିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ।

ଅଭିଯୁକ୍ତ ପବନ ସିଂ ଠାକୁର ପୋଲିସକୁ କହିଛି ଯେ, ସେ ପ୍ରାୟ ୧୦ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲା। ତାଙ୍କର ଦୁଇଟି ପିଲା ଅଛନ୍ତି।ନିଜ ପରିବାର ସହ ସେ ଉସଲାପୁରରେ ଭଡା ଘରେ ରହୁଥିଲା। ହେଲେ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲା। ଏହା ବ୍ୟତୀତ ପତ୍ନୀ ନକଲି ନୋଟ୍ କାରବାରରେ ବାଧା ଦେଉଥିଲା। ପୋଲିସ୍ ଅଭିଯୁକ୍ତ ସ୍ଵାମୀ ଠାକୁରକୁ ଗିରଫ କରିବା ସହିତ ନକଲି ନୋଟ୍ ଛପା ମେସିନ, କଟର ମେସିନ ଏବଂ ଅନ୍ୟ ଉପକରଣ ଜବତ କରିଛି।

   Related Posts