କୋଭିଡ୍ ହସ୍ପିଟାଲକୁ ନେଇ ଲୋକଙ୍କ ମନରେ ଥିବା ଦ୍ବନ୍ଦକୁ ଦୂର କଲା ସମ୍ ହସ୍ପିଟାଲ
9/05/2020 at 6:14 PM

ଭୁବନେଶ୍ବର୯/୫: ଅନ୍ୟ ରୋଗୀମାନଙ୍କୁ ସାହାସ ଦେଲା ସମ୍ ହସ୍ପିଟାଲ। କରୋନା ବିପତ୍ତି ସମୟରେ ଜନସାଧାରଣଙ୍କର ଆଶା ଏବଂ ଭରସା ଡାକ୍ତର ଓ ଡାକ୍ତରଖାନା ଉପରେ ରହିଛି। ଗୋଟିଏ ପଟେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ଏବଂ ଏହି ସମୟରେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହେଉଥିବା ରୋଗୀଙ୍କ ଚିକିତ୍ସା ମଧ୍ୟ ଜାରି ରହିଛି। ତେବେ ଏଭଳି ସମୟରେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହେଉଥିବା ରୋଗୀମାନେ ନିଜର ଚିକିତ୍ସା କରିବାକୁ ଡରୁଛନ୍ତି। ଏମିତି ଆଶଙ୍କାରେ ଥିବା ରୋଗୀଙ୍କ ପାଇଁ ଭୁବନେଶ୍ବର ସମ୍ ଏବଂ ସମ୍ ଅଲ୍ଟିମେଟରେ ସତର୍କତା ନିଆଯାଇଛି। ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କେବଳ କୋଭିଡ୍ ହସ୍ପିଟାଲରେ ହିଁ ହେଉଛି।
ମନରେ କୋଭିଡ ଭୟ।ଏଭଳି ସମୟରେ ରୋଗୀମାନେ ସେମାନଙ୍କ ସାଧାରଣ ଚେକ୍ ଅପ୍ ବା ସାଧାରଣ ରୋଗର ଚିକିତ୍ସା କରିବାକୁ ଏବେ ଡରୁଛନ୍ତି। ଏପରିକି ହସ୍ପିଟାଲ ଆସି ଡାକ୍ତରଙ୍କ ସହିତ ପରାମର୍ଶ କରିବା ଲାଗି କୁଣ୍ଠିତ ହେଉଛନ୍ତି। ଏହି ଡର ପଛରେ ଦୁଇଟି କାରଣ ରହିଛି – କାରଣ ୧ – ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ତେଣୁ ସେଠାରେ ସଂକ୍ରମଣ ଡେଇଁବାର ଆଶଙ୍କା ୨- ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ଅନ୍ୟ ରୋଗୀଙ୍କୁ ସମୟ ଦେଇପାରିବେ ନାହିଁ। ତେବେ ଏସବୁକୁ ଦେଖି ସରକାର ପୂର୍ବରୁ ହିଁ ସ୍ପଷ୍ଟ କରିଦେଇଛନ୍ତି ଯେ କରୋନା ରୋଗୀ କେବଳ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେଣୁ ସାଧାରଣ ହସ୍ପିଟାଲଗୁଡ଼ିକ ଅନ୍ୟ ରୋଗୀଙ୍କ ପାଇଁ ପୂର୍ବ ଭଳି କାର୍ଯ୍ୟ କରୁଛି। ଭୁବନେଶ୍ବରର ସମ୍ ହସ୍ପିଟାଲ ଏନେଇ ସ୍ପଷ୍ଟ କରିଛି ଯେ ଏହାର ତିନିଟି ଅଲଗା ଅଲଗା ହସ୍ପିଟାଲ ଅଲଗା ଅଲଗା ରୋଗୀଙ୍କ ପାଇଁ କାର୍ଯ୍ୟ କରୁଛି। ଯାହାକି ପରସ୍ପରଠାରୁ ଯଥେଷ୍ଟ ଦୂରରେ। ସମ୍ କୋଭିଡ ହସ୍ପିଟାଲ ସୋଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କାର୍ଯ୍ୟ କରୁଛି। ସେହିପରି ସୁପର ସ୍ପେସାଲିଟି ହସ୍ପିଟାଲ ସମ୍ ବା ସମ୍ ଅଲ୍ଟିମେଟ ୨୪ ଘଣ୍ଟିଆ କାର୍ଯ୍ୟ କରୁଥିବା ବେଳେ ପୂର୍ବଭଳି ସାଧାରଣ ରୋଗୀଙ୍କ ପାଇଁ ସମ୍ ହସ୍ପିଟାଲ ଅନ୍ୟାନ୍ୟ ରୋଗୀଙ୍କ ଦିଗରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛି।
ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ସମ୍ ହସ୍ପିଟାଲ ଗ୍ରୁପ୍। ୨୦୦୭ରୁ ଆରମ୍ଭ ହୋଇଥିବା ଆଇଏମଏସ ଏବଂ ସମ୍ ହସ୍ପିଟାରେ ରାଜ୍ୟର ଶ୍ରେଷ୍ଠ ଡାକ୍ତରମାନେ କାର୍ଯ୍ୟରତ।ନିକଟରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲ ସହ ମିଶି ସମରେ ଲିଭର ଟ୍ରାନ୍ସପ୍ଲାଣ୍ଟ ଅପରେସନ ସଫଳତାର ସହିତ ସଂପନ୍ନ କରିଛନ୍ତି ସମ୍ ହସ୍ପିଟାଲର ଡାକ୍ତରମାନେ। ସେହିପରି ଫେବ୍ରୁଆରୀ ୨୯ ତାରିଖରେ ଆରମ୍ଭ ହୋଇଥିଲା ସମ୍ ଅଲ୍ଟିମେଟ ବା ସମ୍। ୧୦ ଏକର ପରିମିତ ସ୍ଥାନ ଉପରେ ଠିଆ ହୋଇଥିବା ସମ୍ ପୂର୍ବ ଓଡ଼ିଶାର ଅନ୍ୟତମ ସୁପର ସ୍ପେସାଲିଟି ହସ୍ପିଟାଲ। ଯେଉଁଠାରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଉପଲବ୍ଧ।
ସେପଟେ ସୋଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କାର୍ଯ୍ୟକରୁଛି ସମ୍ କୋଭିଡ ହସ୍ପିଟାଲ। ଘରୋଇ ଉଦ୍ୟମରେ ତିଆରି ରାଜ୍ୟର ସର୍ବବୃହତ କୋଭିଡ ହସ୍ପିଟାଲ। ଏଠାରେ ୨୫ଟି ଆଇସିୟୁ ବେଡ୍ ସହିତ ୫୦୦ ଶଯ୍ୟା ରହିଛି। କରୋନା ଆକ୍ରାନ୍ତଙ୍କର ଦିନ ରାତି ସେବାରେ ନିୟୋଜିତ ଅଛନ୍ତି ଏଠାକାର ଏକ୍ସପର୍ଟମାନେ। ତେବେ ସବୁ ରୋଗୀଙ୍କ ନିରାପତ୍ତା ଦୃଷ୍ଟିରୁ ସମ୍ କୋଭିଡ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀମାନେ ଅନ୍ୟ ଦୁଇ ହସ୍ପିଟାଲରେ କାର୍ଯ୍ୟକରୁନାହାନ୍ତି। ସମ୍ ଏବଂ ସମ୍ ଅଲ୍ଟିମେଟରେ କାର୍ଯ୍ୟକରୁଥିବା ଡାକ୍ତରମାନେ ଅନ୍ୟ ରୋଗୀଙ୍କ ଚିକିତ୍ସା କରୁଛନ୍ତି।