ବିନିକା ସହର ଠାରେ ବୁଲିଲା ହକି ରଥ, ବାଦ୍ୟର ତାଳେ ତାଳେ ନୃତ୍ୟ କଲେ ଜିଲ୍ଲାପାଳ
11/01/2023 at 4:07 PM

ବିନିକା: ସାରା ରାଜ୍ୟରେ ଏବେ ହକିର କ୍ରେଜ ଦେଖାଦେଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରଠାରେ ପହଞ୍ଚିଲା ପୁରୁଷ ହକି ବିଶ୍ଵ ମ୍ୟାଚ୍ ରଥ। ବିନିକା ଏନଏସି କାର୍ଯ୍ୟଳୟ ପରିସରରୁ ହକି ରଥ ବାହାରି ସହର ଚାରିଆଡ଼େ ପରିକ୍ରମା କରାଯାଇଥିଲା। ହକି ରଥକୁ ବିଧାୟକ ଓ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏନଏସି କାର୍ଯ୍ୟାଳୟ ଠାରେ ବିନିକା ସହରର ବିଭିନ୍ନ ଶିକ୍ଷ୍ୟାନୁଷ୍ଠାନରୁ ଆସିଥିବା ଶହ ଶହ ଛାତ୍ର-ଛାତ୍ରୀମାନେ ତ୍ରିରଙ୍ଗା ହଲାଇ ହକି ରଥକୁ ସ୍ଵାଗତ କରିବା ସହ ବିନିକା ସହର ଠାରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ହକି ଶୋଭାଯାତ୍ରା ସମୟରେ ଅଞ୍ଚଳବାସୀଙ୍କ ସହ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର,ଏନଏସି ଅଧ୍ୟକ୍ଷ, କାଉନସିଲରଙ୍କ ସମେତ ସମସ୍ତେ ବାଦ୍ୟର ତାଳେ ତାଳେ ନୃତ୍ୟ କରିଥିବା ଦେଖିବାକୁ ମିଳିଛି l
Related Posts
ରାସ୍ତାକଡ଼ରେ ପଡିଛି କ୍ଷତାକ୍ତ ମୃତଦେହ, ଧାରୁଆ ଅସ୍ତ୍ରରେ ହତ୍ୟା ସନ୍ଦେହ
2 February 2023