Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଇତିହାସ ରଚିଲା ଭାରତୀୟ ଦଳ, ପ୍ରଥମ ଥର ଟେଷ୍ଟରେ କଲା ଏମିତି କମାଲ

12/03/2023 at 4:05 PM

ଅହମ୍ମଦାବାଦ: ଭାରତୀୟ ଦଳ ପ୍ରଥମ ଥର ଟେଷ୍ଟ କ୍ରିକେଟ୍‌ରେ ବଡ ଉପଲବ୍ଧି ହାସଲ କରିଛି। ଏ ପର୍ଯ୍ୟନ୍ତ ଯେଉଁ କାରନାମା ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଦଳ କରିଥିଲେ, ସେହି ରେକର୍ଡ ଏବେ ଭାରତୀୟ କ୍ରିକେଟ୍ ଦଳ ନିଜ ନାମରେ କରିଛି। ଭାରତୀୟ ଦଳ ଗୋଟିଏ ଟେଷ୍ଟ ଇନିଂସରେ ପ୍ରଥମ ଥର ପ୍ରଥମ ଓ୍ଵିକେଟ୍‌ରୁ ନେଇ ଷଷ୍ଠ ଓ୍ଵିକେଟ୍ ପର୍ଯ୍ୟନ୍ତ ସବୁ ଯୋଡି ୫୦ରୁ ଉର୍ଦ୍ଧ୍ଵ ରନର ଭାଗିଦାରୀ କରିବାର ରେକର୍ଡ କରିଛି।

ଭାରତୀୟ ଦଳ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଓପନିଂଠୁ ନେଇ ଷଷ୍ଠ ଓ୍ବିକେଟ୍ ମଧ୍ୟରେ ଅତି କମରେ ୫୦ ରନର ଭାଗିଦାରୀ କରିଛନ୍ତି। ଭାରତ ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଦଳ ନାମରେ ଏହି ଉପଲବ୍ଧି ଥିଲା।

ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍‌ଙ୍କ ମଧ୍ୟରେ ପ୍ରଥମ ଓ୍ଵିକେଟ୍ ପାଇଁ ୭୪ ରନର ଭାଗିଦାରୀ ହୋଇଥିଲା। ଏହା ପରେ ଶୁଭମନ ଗିଲ୍ ଏବଂ ଚେତେଶ୍ଵର ପୂଜାରା ଦ୍ଵିତୀୟ ଓ୍ଵିକେଟ୍‌ରେ ୧୧୩ ରନ ଯୋଡିଥିଲେ। ପୂଜାରା ଆଉଟ୍ ହେବା ପରେ କ୍ରିଜକୁ ଆସିଥିବା ବିରାଟ କୋହଲି ଏବଂ ଗିଲ୍ ତୃତୀୟ ଓ୍ଵିକେଟ୍ ପାଇଁ ୫୮ ରନ ଯୋଡିଥିଲେ।

ଶୁଭମନ ଗିଲ୍ ଦମଦାର ଶତକ ଅର୍ଜନ କରି ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜା ଚତୁର୍ଥ ଓ୍ଵିକେଟ୍ ପାଇଁ ୬୪ ରନର ଭାଗିଦାରୀ କରିଥିଲେ। ପୁଣି  ବିରାଟ କୋହଲି ଏବଂ କେଏସ ଭରତ ପଞ୍ଚମ ଓ୍ଵିକେଟ୍ରେ ୮୪ ରନ ଯୋଡିଥିଲେ। ଏହା ପରେ ଷଷ୍ଠ ଓ୍ଵିକେଟ୍‌ରେ ବିରାଟ କୋହଲି ଏବଂ ଅକ୍ଷର ପଟେଲ୍ ଦମଦାର  ବ୍ୟାଟିଂ କରି ୧୬୨ ରନ ଯୋଡିଥିଲେ।

ଭାରତ ପୂର୍ବରୁ ଅଷ୍ଟ୍ରେଲିଆ ୧୯୬୦ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଏହି ରେକର୍ଡ କରିଥିଲା। ପୁଣି ପାକିସ୍ତାନ ବାଂଲାଦେଶ ବିପକ୍ଷରେ ଏହି ସଫଳତା ହାସଲ କରିଥିଲା।

   Related Posts