WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ ହାଇକୋର୍ଟ, ଦାଖଲ କରିଥିଲେ ମିଥ୍ୟା ସତ୍ୟପାଠ

3/10/2023 at 11:31 PM

ବଡବିଲ: କେନ୍ଦୁଝର ଜିଲାର ଯୋଡା ବ୍ଲକ ଅନ୍ତର୍ଗତ  କାରାଖେଣ୍ଡରା ଗ୍ରାମ ପଞ୍ଚାୟତର ସରପଞ୍ଚ ସୁବାଷ ସୀତାରୀ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ସୁବାଷଙ୍କୁ ମାନ୍ୟବର ହାଇକୋର୍ଟ ଅଯୋଗ୍ୟ ଘୋଷଣା କରିଥିବାବେଳେ କେନ୍ଦୁଝର ଜିଲ୍ଲାପାଳ ଏ ନେଇ ଆଜି ନୋଟିସ ଜାରି କରିଛନ୍ତି । ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ବେଳେ ମିଥ୍ୟା ଶପଥପାଠ ଦାଖଲ କରିଥିବାରୁ ଅଯୋଗ୍ୟ ଘୋଷଣା ଯାଇଥିବା ନେଇ ସୂଚନା ମିଳିଛି ।

ସୁଚନା ଅନୁଯାୟୀ, ୧୯୯୫ ନିର୍ବାଚନ ନିୟମ ଅନୁଯାୟୀ ୨ରୁ ଉର୍ଦ୍ଧ୍ୱ ସନ୍ତାନ ଥିବା ଜନକ କିମ୍ବା ଜନନୀ କୌଣସି ନିର୍ବାଚନରେ  ଅଂଶଗ୍ରହଣ କରିପାରିବେନାହିଁ । ତେବେ ସୁବାଷ ଗତ ପଂଚାୟତ ନିର୍ବାଚନରେ କରିଥିବା ଶପଥପାଠ ଅନୁଯାୟୀ, ତାଙ୍କର ଜଣେ କନ୍ୟାସନ୍ତାନ ଏବଂ ଜାଆଁଳା ଦୁଇ ପୁତ୍ରସନ୍ତାନ  ରହିଥିବା ଦର୍ଶାଇଥିଲେ । ତେବେ ଏ ନେଇ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ କାହ୍ନୁ ଚରଣ ମୁଣ୍ଡା ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ମୌଖିକ ଅଭିଯୋଗ କରିଥିଲେ ଯେ,  ୩ ନୁହେଁ, ସୁବାଷଙ୍କର ୪ଟି ସନ୍ତାନ ରହିଛନ୍ତି  ଓ ସେ ମିଥ୍ୟା ଶପଥପାଠ ଦାଖଲ କରିଛନ୍ତି । ହେଲେ କୌଣସି ତଥ୍ୟଭିତ୍ତିକ ଯୁକ୍ତି ନ ଥିବାରୁ କାହ୍ନୁଙ୍କ ଅଭିଯୋଗ ଅଗ୍ରାହ୍ୟ ହୋଇଯାଇଥିଲା ଏବଂ ନିର୍ବାଚନରେ କାହ୍ନୁ ମାତ୍ର ୧୨ ଖଣ୍ଡ ଭୋଟରେ ସୁବାଷଙ୍କ ଠାରୁ ପରାଜିତ ହୋଇଥିଲେ ।

ପରେ କାହ୍ନୁ ସୂଚନା ଅଧିକାର ଆଇନ ଯୋଗେ ସୁବାଷଙ୍କର ୪ଟି ସନ୍ତାନ ଥିବା ତଥ୍ୟ ହାସଲକରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।  ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜିଲାପାଳ ଗତ ୩୦ ତାରିଖରେ ଅଯୋଗ୍ୟ ଘୋଷିତ ସଂରପଂଚଙ୍କୁ ନୋଟିସ ଜାରୀ କରିଥିଲେ । ମଙ୍ଗଳବାର ଦିନ କେନ୍ଦୁଝର ଜିଲା ପଂଚାୟତ ଅଧିକାରୀଙ୍କ ଚିଠି ସଂଖ୍ୟା ୧୧୧୦ ରେ ଯୋଡା ବିଡିଓଙ୍କୁ ଏ ନେଇ ପତ୍ରାଳାପ ହୋଇଥିବା ଜଣାପଡିଛି । ଏବେ ନାଏବ ସରପଞ୍ଚ, କାରାଖେଣ୍ଡରା ଗ୍ରାମ ପଂଚାୟତର ଦାୟିତ୍ୱ ତୁଲାଇବେ ।

   Related Posts