ଭାରତର ରହସ୍ୟମୟ ଗୁମ୍ଫା ! ଥରେ ଭିତରକୁ ଗଲେ ବାହାରିବା ମୁସ୍କିଲ

Published By : Prameya-News7 Bureau | June 09, 2025 IST

News7

ନୂଆଦିଲ୍ଲୀ: ଭାରତରେ ରହିଛି ରହସ୍ୟମୟ ଗୁମ୍ଫା। ଗୁମ୍ଫା ନୁହେଁ ତ ଚକ୍ରବ୍ୟୁହ। ଥରେ ଭିତରକୁ ଗଲେ ବାହାରିବା ମୁସ୍କିଲ। ଏହି ଗୁମ୍ଫାର ନାମ କ୍ରେମ୍‌ ପୁରୀ। ଏହା ମେଘାଳୟରେ ଅଛି। ୨୦୧୬ରେ ରହସ୍ୟମୟ ଗୁମ୍ଫାର ଆବିଷ୍କାର କରିଥିଲେ ବୈଜ୍ଞାନିକ। ଏହାକୁ ବିଶ୍ୱର ସବୁଠାରୁ ଲମ୍ବା ବାଲିପଥର ଗୁମ୍ଫା କୁହାଯାଏ। ଗୁମ୍ଫାର ଅନିୟମିତ ପ୍ରବେଶ ପଥ ଅଛି, ଯାହା ଏକ ଚକ୍ରବ୍ୟୁହଠାରୁ କମ୍ ନୁହେଁ। ଯଦି ଆପଣ ଥରେ ଗୁମ୍ଫା ଭିତରକୁ ପ୍ରବେଶ କରନ୍ତି, ତେବେ ବାହାରକୁ ବାହାରିବା ଆପଣଙ୍କ ପାଇଁ କଷ୍ଟକର ହୋଇଯିବ।

ଏହି ଗୁମ୍ଫା ୨୪.୫ କିଲୋମିଟର ପର୍ଯ୍ୟନ୍ତ ଲମ୍ବା। ମାୱସିନରାମର ସବୁଜ ଉପତ୍ୟକାରେ ୧୩ ବର୍ଗ କିଲୋମିଟରରେ ଏହା ବିସ୍ତାରିତ। ଯେଉଁଠି ପୃଥିବୀରେ ସର୍ବାଧିକ ବର୍ଷା ହୋଇଥାଏ। ପ୍ରାୟ ୩୦ ଜଣ ବୈଜ୍ଞାନିକଙ୍କୁ ନେଇ ଗଠିତ ଟିମ୍‌ ଏହି ଗୁମ୍ଫାର ସନ୍ଧାନ ପାଇଥିଲେ। ଯେଉଁଥିରେ ଭୂ-ବିଜ୍ଞାନୀ, ଜଳବିଜ୍ଞାନୀ, ଜୀବବିଜ୍ଞାନୀ ଏବଂ ପ୍ରତ୍ନତତ୍ତ୍ୱବିତ୍ ସାମିଲ ଥିଲେ। 

ଏହି ଗୁମ୍ଫା ଭିତରେ ଶହ ଶହ ଛୋଟ ଲମ୍ବା କରିଡରର ଏକ ଜଟିଳ ଚକ୍ରବ୍ୟୁହ ଅଛି ଯାହା ପରସ୍ପର ସହିତ ଜଡିତ। ଏଠାରେ ବେଙ୍ଗ, ମାଛ, ଶିକାର କରୁଥିବା ପ୍ରାଣି ,ବାଦୁଡ଼ି ଓ ସରିସୃପ ମଧ୍ୟ ଅଛନ୍ତି।

ବୈଜ୍ଞାନିକମାନେ ଏହି ଗୁମ୍ଫାରୁ ସାର୍କ ଦାନ୍ତ ଏବଂ ସାମୁଦ୍ରିକ ଡାଇନୋସରର କିଛି ହାଡ଼ ମଧ୍ୟ ପାଇଛନ୍ତି। ଯାହା ପ୍ରାୟ ଛଅ କୋଟି ବର୍ଷ ପୂର୍ବେ ସମୁଦ୍ରରେ ମିଳିଥିଲା। ବାହାରର ତାପମାତ୍ରା ଯେକୌଣସି ହେଉ ନା କାହିଁକି, ଏହି ଗୁମ୍ଫାର ତାପମାତ୍ରା ସର୍ବଦା ୧୬-୧୭ ଡିଗ୍ରୀ ମଧ୍ୟରେ ରହିଥାଏ। ଏଠାରେ ଅମ୍ଳଜାନର ଅଭାବ ନାହିଁ। କାରଣ ଛୋଟ ଫାଟ ଏବଂ ଦୁଇଟି ପ୍ରବେଶ ପଥ ଦେଇ ଭିତରକୁ ବାୟୁ ଚଳାଚଳ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.