ଛାତ୍ରୀଙ୍କୁ ଅସଦାଚରଣ କରି ନିଲମ୍ୱିତ ହେଲେ ପ୍ରଧାନ ଶିକ୍ଷକ

Published By : Prameya-News7 Bureau | July 07, 2022 IST

ଆଠମଲ୍ଲିକ ୦୭/୦୭ : ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ କରିବା। ନିଲମ୍ୱିତ ହେଲେ ପ୍ରଧାନ ଶିକ୍ଷକ। ଏପରି ଘଟଣା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଅଏଡ଼ା ନୋଡାଲ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଅଏଡ଼ା ନୋଡାଲ ବିଦ୍ୟାଳୟର ଛାତ୍ରୀ ନିବାସର ୭ ଜଣ ଛାତ୍ରୀ ଏନେଇ ଅଏଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ମିଶ୍ରଙ୍କ ପାଖରେ ଅଭିଯୋଗ କରିଥିଲେ।

ପ୍ରଧାନ ଶିକ୍ଷକ ମନୋଜ ମିଶ୍ର ଜିଲ୍ଲା ଶିକ୍ଷା ମଣ୍ଡଳ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ। ଜିଲ୍ଲା ଶିକ୍ଷା ମଣ୍ଡଳ ଅଧିକାରୀଙ୍କ ନିର୍ଦ୍ଦେଶରେ ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଡୁ ଏ ବିଷୟରେ ଛାତ୍ରୀନିଵାସକୁ ଯାଇ ତଦନ୍ତ କରିଥିଲେ। ତଦନ୍ତରେ ଅଭିଯୋଗର ସତ୍ୟତା ଜଣାପଡିବା ପରେ ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ସୁଶିଲ ମିଶ୍ରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.