ମଧ୍ୟାହ୍ନ ଭୋଜନ ଟଙ୍କା ଆତ୍ମସାତ କଲେ ପ୍ରଧାନ ଶିକ୍ଷକ ! ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

Published By : Prameya-News7 Bureau | June 27, 2022 IST

ଢେଙ୍କାନାଳ: ଛାତ୍ର ଛାତ୍ରୀଙ୍କ ନାମରେ ମଧ୍ୟାହ୍ନ ଭୋଜନ ବାବଦକୁ ଆସୁଥିବା  ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ଉଠିଛି ।  ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିଛନ୍ତି କଳାଙ୍ଗ ଗ୍ରାମବାସୀ । ପ୍ରଧାନଶିକ୍ଷକ  ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ,ଗତ କୋଭିଡ ସମୟରେ ସ୍କୁଲ ମଧ୍ୟାହ୍ନ ଭୋଜନ ବାବଦକୁ ସରକାରଙ୍କ ପକ୍ଷରୁ ଟଙ୍କା ଅନୁଦାନ ଦିଆଯାଇଥିଲା   ଯାହାକି ସ୍କୁଲ ଛାତ୍ର ଙ୍କୁ ବାଣ୍ଟି ଦେବା କଥା । କିନ୍ତୁ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଳାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ  ସ୍କୁଲ ପରିଚାଳନା କମିଟି ସହାୟତାରେ ପିଲାଙ୍କ ଏହି ଟଙ୍କାରୁ ବାଟମାରଣା କରାଯାଇଥିବା ଅଭିଯୋଗ ଉଠିଛି ।

ଏ ସଂକ୍ରାନ୍ତରେ କଳାଙ୍ଗ ଗ୍ରାମବାସୀ ଅଭିଯୋଗ ଉଠାଇ କାର୍ଯ୍ୟାନୁଷ୍ଠାନ ଆଦି ବସିଛନ୍ତି । ଏପରିକି କଳାଙ୍ଗ ଗ୍ରାମବାସୀ ଆଜି ଉଭୟ ମହିଳା ପୁରୁଷ ଜିଲ୍ଲା ଶିକ୍ଷ୍ୟାଧିକାରୀଙ୍କ କାର୍ଯ୍ୟାଲୟ ଗେରୁ କରି ଧାରଣାରେ ବସିଥିଲେ ।  ଏ ସମ୍ପର୍କିତ ଏକ ସ୍ମାରକ ପତ୍ର  ଜିଲ୍ଲାପାଳ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.