ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ଖରାପ ଫୋଟ ଦେଖାଉଛନ୍ତି ପ୍ରଧାନ ଶିକ୍ଷକ ! ସ୍କୁଲରେ ଅଟକ ରଖିଲେ ଅଭିଭାବକ

Published By : Prameya-News7 Bureau | February 10, 2024 IST

ପାଟଣା: ଦିନକୁ ଦିନ କଳୁଷିତ ହେବାରେ ଲାଗିଛି ଗୁରୁ-ଶିଷ୍ୟ ମଧ୍ୟରେ ସଂପର୍କ। ଶିକ୍ଷକ ଛାତ୍ରୀମାନଙ୍କୁ ଅଶୋଭନୀୟ ବ୍ୟବହାର କରିବା ଏବଂ ଅନୈତିକ ସଂପର୍କ ରଖିବାର ଅନେକ ଖବର ଖବରକାଗଜର ଶିରେନାମା ପାଲଟି ସାରିଛି। ଏବେ ଏମିତି ଏକ ଖବର କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବର୍ଦ୍ଧନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି। ଏଠାରେ ପ୍ରଧାନଶିକ୍ଷକ ବିଦ୍ୟାୟର ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅଶ୍ଳୀଳ ଫଟୋ ଦେଖାଉଥିବାର ସଙ୍ଗୀନ ଅଭିଯୋଗ ଆସିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର  ବିଷୟ ପାଲଟିଛି। ପ୍ରଧାନ ଶିକ୍ଷକଙ୍କୁ ଅଭିଭାବକମାନେ ଅଟକ ରଖିଛନ୍ତି।

wp:heading {"level":4}

Also read- ମିତ୍ରପୁର ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ : ହତ୍ୟା ପାଇଁ ଭାଇ-ଭାଉଜ ଦେଇଥିଲେ ସୁପାରୀ, ୩ ମାସ ପୂର୍ବରୁ ରଚିଥିଲେ ଷଡଯନ୍ତ୍ର

/wp:heading

ଅଭିଯୋଗ ଅନୁଯାୟୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିନବନ୍ଧୁ ପାତ୍ର ବିଦ୍ୟାଳୟର ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ମୋବାଇଲ ରେ ଅଶ୍ଳୀଳ ଫୋଟ ଦେଖାଉଛନ୍ତି। ଏଥି ସହ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପୁରୀ ବୁଲାଇ ନେବା କହିଛନ୍ତି। ଆଉ ଏହାକୁ  ଅଭିଭାବକ ବିରୋଧ କରି ପ୍ରଧାନ ଶିକ୍ଷକଙ୍କୁ ସ୍କୁଲରେ ଅଟକ ରଖିଛନ୍ତି । ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ସ୍କୁଲରେ ଉତ୍ତେଜନା ଦେଖା ଦେଇଛି। ଅନ୍ୟପଟେ  ପ୍ରଧାନଶିକ୍ଷକ  ଏସବୁ  ଅଭିଯୋଗ କୁ ଖଣ୍ଡନ କରିବା ସହ ତାଙ୍କ ଜନ୍ମଦିନରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ପୁରୀ ବୁଲାଇନେବା ସ୍ୱୀକାର କରିଛନ୍ତି।  ଅନ୍ୟପଟେ ପ୍ରଧାନଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ପ୍ରଧାନଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ପାଇଁ ଅଭିଭାବକ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.